‘ମୁଁ ମଧ୍ୟ ଜଣେ ମଡେଲ୍ ହୋଇପାରିବି ’: ଜଣେ ଦିବ୍ୟାଙ୍ଗ ମିସ୍ ହ୍ୱିଲ୍ ଚେୟାର ଇଣ୍ଡିଆ ବିଜେତା ପ୍ରିୟା ଭାର୍ଗବଙ୍କ ସଂଘର୍ଷ କଥା

25

priya-1ଆପଣମାନେ ଅନେକ ବ୍ୟକ୍ତି ବିଶେଷଙ୍କୁ ଦେଖିଥିବେ । ତାଙ୍କ ବିଷୟରେ ଶୁଣିଥିବେ । ଆଉ ସେମାନଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ମଧ୍ୟ ହୋଇଥିବାର ଜାଣିଥିବେ । ଯେଉଁମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ ବି ହାରି ନଯାଇ ଅସମ୍ଭବକୁ ସମ୍ଭବ କରିଛନ୍ତି । ଆଉ ସଫଳତା ତାଙ୍କର ପଛରେ ଗୋଡାଇଛି । ଏଠାରେ ସେହିଭଳି ଜଣେ ମହିଳାଙ୍କ କଥା ଆମେ ଆପଣଙ୍କୁ କହୁଛୁ , ଯିଏ ଜଣେ ଦିବ୍ୟାଙ୍କ ହୋଇ ବି କେବେ ପଛକୁ ଫେରି ଚାହିଁନାହାଁନ୍ତି । ନିଜର ଭାଗ୍ୟ ଉପରେ ସବୁ ଛାଡିଦେଇ ନିଜକୁ ଜଣେ ଅକ୍ଷମ ମଣିଷ ଭାବି ନାହାଁନ୍ତି । ଆଜି ସେ ଜଣେ ଚର୍ଚ୍ଚିତ ମହିଳ । ଆଉ ଆଜି ସେ ଦୃଢତାର ସହ କହୁଛନ୍ତି ସେ ଜଣେ ମଡେଲ୍ ବି ହୋଇପାରିବେ ।

priya-2ନାଁ ପ୍ରିୟା ଭାର୍ଗବ । ଅସାଧ୍ୟ ରାଗରେ ପୀଡିତ ହୋଇ ହ୍ୱିଲ୍ ଚେୟାରକୁ କରିଥିଲେ ସାଥି । ଆଉ ଦିନେ ଏହି ହ୍ୱିଲ୍ ଚେୟାରରେ ବସି ସେ ହୋଇଛନ୍ତି (ଦିଲ୍ଲୀ ଏନସିଆର ଅଂଚଳରୁ) ମିସ୍ ହ୍ୱିଲ୍ ଚେୟାର ଇଣ୍ଡିଆ(୨୦୧୫) । ଆଉ ଏବେ ସେ ପୂରା ଦୁନିଆକୁ ଦେଖେଇଦେବାକୁ ଚାହୁଁଛନ୍ତି ନିଜର କରିସ୍ମା । ଏଣୁ ଭାରତ ତରଫରୁ ସେ ପ୍ରସ୍ତୁତ ହେଉଛନ୍ତି ମିସ୍ ହ୍ୱିଲ୍ ଚେୟାର ୱାଲର୍ଡ ପାଇଁ । ଯାହା ଚଳିତ ବର୍ଷ ଅକ୍ଟୋବରରେ ପୋଲାଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି।

priya3ଜଣେ ମଡେଲ ଠାରୁ ସେ କୈାଣସି ଗୁଣରେ କମ୍ ନୁହଁନ୍ତି । ଏହା ଦେଖିଲେ ଆପଣ ଜାଣିପାରିବେ । ସୁନ୍ଦର ବେଶଭୂଷା ସହ , ଠାଣି ପୁରା ଜଣେ ମଡେଲର । ସେ ଏମିତି ଡ୍ରେସ ଅପ୍ ରେ ସେ ଫଟୋ ପୋଜ ଦେଇଛନ୍ତି । ଆଉ ମିସ୍ ହ୍ୱିଲ୍ ଚେୟାର ୱାଲର୍ଡ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ମୁଁ କାହିଁକୁ ଜଣେ ମଡେଲ ହୋଇପାରିବି ନାହିଁ ? ଆଜି ଏହି କଥା ଦୃଢତାର ସହ କହିଛନ୍ତି ପ୍ରିୟା । ଆଉ ଏହି ସୁନ୍ଦରୀ ପ୍ରତିଯୋଗୀତାରୁ ହିଁ ତ ବଲିଉଡର ଆଗଧାଡିର ନାୟିକା ହୋଇପାରିଛନ୍ତି, ଐଶ୍ୱର୍ଯ୍ୟା ରାୟ ,ପ୍ରିୟଙ୍କା ଚୋପ୍ରା, ସୁସ୍ମିତା ସେନ୍ ଆଦି ନାୟିକାମାନେ । ଅଜି ସେମାନେ ଜଣେ ଜଣେ ସେଲିବ୍ରେଟି । ପ୍ରିୟାଙ୍କା କାହିଁକି ହୋଇପାରିବେନି ? ଆଉ ଏହି ପ୍ରଶ୍ନର ଉତ୍ତର ନିଜେ ହିଁ ପ୍ରିୟଙ୍କା ।

ପ୍ରିୟା କୁହନ୍ତି , ତାଙ୍କୁ ସବୁବେଳେ ଉତ୍ସାହିତ କରିଛନ୍ତି ତାଙ୍କର ବନ୍ଧୁମାନେ । ଆଉ ନିଜ ବାପା-ମା ଓ ବଡ ଭଉଣୀ ( ଆମେରିକାରେ ବିବାହ କରିଛନ୍ତି ) । ଦୁର୍ଦ୍ଦିନରେ ପ୍ରିୟାଙ୍କର ସାହାର ହୋଇଛନ୍ତି । ଆଉ ସେହି ହ୍ୱିଲ୍ ଚେୟାରରେ ବସି ପ୍ରିୟଙ୍କା ଦେଖିଛନ୍ତି ଜଣେ ସୁନ୍ଦରୀ ଝିଅର ସ୍ୱପ୍ନ । ଆଉ ଦୁନିଆକୁ ଦେଖାଇବାକୁ ନିଜର ପ୍ରତିଭା ।

priya 4ପ୍ରିୟା ଭାର୍ଗବଙ୍କ କାହାଣୀ କୈାଣସି ଉପନ୍ୟାସ କାହାଣୀ ଠାରୁ କମ୍ ନୁହେଁ । ପ୍ରଥମେ ସେ ଫିଜିଓଥେରାପିର ଡିଗ୍ରୀ ପରେ ସେ ଇଗ୍ନୋରୁ ବିସିଏ ଓ ଏମସିଏ କରି ନୋଇଡା ରିଜିଓନାଲ ସେଂଟରରୁ ଟପର ହୋଇଥିଲେ । ନିଜର ନିଷ୍ଠା ଓ ଉଦ୍ୟମକୁ ନେଇ ୧୯ ବର୍ଷ ବୟସ୍କା ପ୍ରିୟା ସେତେବେଳେ ଖୁବ୍ ଖୁସିରେ ଦିନ ବିତାଇଥିଲେ । ହଠାତ୍ ସେ ହୋଇଗଲେ ରୋଗଗ୍ରସ୍ତ । ଆଉ ପାଦରେ ଚାଲିପାରିଲେ ନାହିଁ । ତ୍ୱଚା ସଂକ୍ରମଣ କାରଣରୁ ରୋଗ ଭୟାନକ ହୋଇଗଲା । ପ୍ରଥମେ ପ୍ରଥମେ ଖୁବ୍ ମାନସିକ ଅବସାଦରେ ରହିଲେ । ହେଲେ ନିଜ ଯନ୍ତ୍ରଣାକୁ ଭୁଲାଇବା ପାଇଁ ମନ ଦେଲେ ପେଟିଂ , କ୍ରାଫ୍ଟ , ବ୍ଲଗିଂ ଓ କବିତା ଆଦି ଲେଖାରେ । ସେ କେବେହେଲେ ନିଜର ଅକ୍ଷମତା ପ୍ରକାଶ କରିବାକୁ ଚାହୁଁନଥିଲେ । ହ୍ୱିଲ୍ ଚେୟାର ସାଜିଥିଲା ତାଙ୍କର ଆଉ ଏକ ପରିଚୟ ଓ ଶରୀରର ଆଉ ଏକ ଅଙ୍ଗ । ଯେଉଁସ୍ଥାନକୁ ଯାଉଥିଲେ ହ୍ୱିଲ୍ ଚେୟାର ସାଜିଥିଲା ସାଙ୍ଗ ଓ ସାହାରା ।

priya 5ପ୍ରିୟା କୁହନ୍ତି, ସେ ରୋଗରେ ଆକ୍ରାନ୍ତ ପରେ ମେକଅପ୍ ଆଉ ହେଉନଥିଲେ । ନିଜ ଚେହେରାର କେୟାରିଂ କରିବା ବନ୍ଦ କରିଦେଇଥିଲେ । କିନ୍ତୁ ପରେ ଅନ୍ୟମାନେ ବୁଝାଇବାରୁ , ସେ ପ୍ରବେଶ କରିଥିଲେ ମିସ୍ ହ୍ୱିଲ୍ ଚେୟାର ଇଣ୍ଡିଆ ପ୍ରତିଯୋଗୀତାରେ ଏବଂ ଏହାପରେ ପୁଣି ସେ ଉତ୍ସାହିତ ହୋଇଥିଲେ ନିଜେ ସୈାନ୍ଦର୍ଯ୍ୟକୁ ନେଇ । ପ୍ରିୟା ଏବେ ପ୍ରସ୍ତୁତ ହେଉଛନ୍ତି ମିସ୍ ହ୍ୱିଲ୍ ଚେୟାର ୱାଲର୍ଡ ପାଇଁ । ସେ ଦେଇଥିବା ଫଟୋ ସୁଟ୍ କୁ ନେଇ ଖୁବ୍ ଖୁସି ଅଛନ୍ତି , ତାଙ୍କର ଫଟୋଗ୍ରାଫର ଏବଂ ଆଶା କରାଯାଉଛି ନିଶ୍ଚୟ ପ୍ରିୟାଙ୍କ ଆଶା ପୂରଣ ହେବ ଓ ସେ ଦିନେ ମଡେଲ୍ ହୋଇ ନାଁ କମେଇବେ ।
(ସୈାଜନ୍ୟ- ଦ କ୍ୱିଣ୍ଟ)