ଆମେରିକାକୁ ଡରାଇଲା ଉତରକୋରିଆ ! ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ବିଶାଳ ସାମରିକ ଶକ୍ତି ପ୍ରଦର୍ଶନ

38

କନକ ବ୍ୟୁରୋ : ଆମେରିକାକୁ ପରମାଣୁ ଅସ୍ତ୍ର ଦେଖାଇ ଡରାଇଲା ଉତରକୋରିଆ । ଗତକାଲି ଉତରକୋରିଆ ତାର ବିଶାଳ ଶକ୍ତି ପ୍ରଦର୍ଶନ କରିଛି । ଆମେରିକା ଉପରେ ଭୟଙ୍କର ଆକ୍ରମଣ ପାଇଁ ଆମେ ସକ୍ଷମ ବୋଲି କହିଛନ୍ତି ଉତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ଉତରକୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଅନୁଷ୍ଠିତ ସାମରିକ ପରେଡରେ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଦର୍ଶିତ କରିଛି ।

ଏହି ପରେଡ୍ ମାଧ୍ୟମରେ ଉତରକୋରିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଆଶଙ୍କା ପ୍ରକାଶ କରିଛି ଚୀନ୍ । ଯଦି ଯୁଦ୍ଧ ହୁଏ ତେବେ ପ୍ରଳୟଙ୍କରୀ ସ୍ଥିତି ଉତ୍ପନ୍ନ ହେବ ବୋଲି ଆମେରିକାକୁ ସତର୍କ କରାଇ ଦେଇଛି ଚୀନ୍ । ତେବେ ଏହି ମାମଲାରେ ଉତରକୋରିଆ ଓ ଆମେରିକା ସଂଯମତା ରକ୍ଷା କରିବାକୁ ଋଷ ପରାମର୍ଶ ଦେଇଛି ।