ପାସପୋର୍ଟ ପାଇଁ ଆଉ ଦରକାର ପଡିବନି କ୍ଲାସ ୱାନ ଅଫିସରଙ୍କ ଦସ୍ତଖତ  । ବୈଦେଶିକ ମନ୍ତ୍ରାଳୟ ଆଣିଲା ବିିରାଟ ପରିବର୍ତ୍ତନ 

34

ପାସପୋର୍ଟ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସିଖବର । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ନୂଆନିୟମ । ଏଣିକି ସବୁ ସମୟରେ ଦରାକାର ହେବ ନାହିଁ  କ୍ଲାସ ୱାନ ଅଫିସରଙ୍କ ଦସ୍ତଖତ । ତତକାଳ ବର୍ଗରେ ଆସୁଥିବା ପାସପୋର୍ଟ ଆବେଦନ ପାଇଁ ଆଉ ତଥାକଥିତ କ୍ଲାସ ଓ୍ଵାନ ଅଫିସରଙ୍କ ଅନୁମୋଦନ ଆବଶ୍ୟକ ହେବନାହିଁ। ଜରୁରୀ ଭିତ୍ତିରେ ପାସପୋର୍ଟ ପାଇଁ ବହୁ ଆବେଦନ ପତ୍ର ଆସୁଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏଥିପାଇଁ କ୍ଲାସ ଓ୍ଵାନ ଅଫିସରଙ୍କ ଅନୁମୋଦକୁ ଉଚ୍ଛେଦ କରିବାକୁ ସ୍ଥିର କରିଛି। ଫଳରେ ଆବେଦନକାରୀ ସହଜରେ ପାସପୋର୍ଟ ପାଇପାରିବେ ।

୨୦୧୮ ମସିହା ଜାନୁଆରି ୨୫ ତାରିଖ ଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ‘ଆନେକ୍ସର ଏଫ’ରେ ରଖାଯାଇଥିବା ଏହି ବ୍ୟବସ୍ଥା ଆଉ ଦରକାର ହେବ ନାହିଁ।ପୁଣେସ୍ଥିତ ଆଇଇଏସର ଆଞ୍ଚଳିକ ପାସପୋର୍ଟ କାର୍ୟ୍ୟାଳୟର ଜେଡି ବୈଶ୍ୟମପାୟାନ କହିଛନ୍ତି: ଏଣିକି ତତ୍କାଳ ପାସପୋର୍ଟ ପାଇଁ ଆଉ କ୍ଲାସ୍ ଓ୍ଵାନ ଅଫିସରଙ୍କ ତନଖି ଆବଶ୍ୟକ ହେବ ନାହିଁ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଭାରତୀୟ ଦରିଆପାରି ବ୍ୟାପାରର ସଚିବ ମୁଲେ କହିଛନ୍ତି, ଭାରତ ସରକାରଙ୍କର ତା’ର ନାଗରିକମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରୁଛି ବୋଲି ଜଣାଇବାକୁ ଆମେ ଏହି ପଦକ୍ଷେପ ନେଇଛୁ।