ସତର୍କ ରୁହ ୧୨ ଜିଲ୍ଲା ! ସନ୍ଧ୍ୟା ୭ଟା ସୁଦ୍ଧା ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

1,229

କନକ ବ୍ୟୁରୋ: ସନ୍ଧ୍ୟା ୭ ଟା ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଗତ ୯ ତାରିଖରେ କେରଳକୁ ମୌସୁମୀ ଛୁଇଁଥିଲେ ମଧ୍ୟ ଏହା ଓଡ଼ିଶାକୁ ଛୁଇଁବାରେ ବିଳମ୍ବ ହେବ । କାରଣ ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ମୌସୁମୀ ଓଡ଼ିଶାକୁ ଛୁଇଁବାରେ ବିଳମ୍ବ କରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ସେହିପରି ଆସନ୍ତା ସପ୍ତାହକ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଖରା ଏବଂ କୋହଲା ପାଗ ମଧ୍ୟରେ ଲୁଚକାଳି ଲାଗି ରହିଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।