ଶରୀରର ହିତ ପାଇଁ ନିରାମିଷ ଭୋଜନ ଉତ୍ତମ

51

ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧି ପାଉଥିବା ବର୍ତ୍ତମାନ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ପାଇଁ ଚିନ୍ତାର କାରଣ ପାଲଟିଛି । ବାୟୁମଣ୍ଡଳରେ ଥିବା ମୋଟ ଅଙ୍ଗାରକାମ୍ଳ ବାଷ୍ପର ପ୍ରାୟ ୨୧ପ୍ରତିଶତ ଏହି ପଶୁମାନେ ନିଃଶ୍ୱାସ ମାଧ୍ୟମରେ ବାୟୁମଣ୍ଡଳକୁ ଛାଡିଥାଆନ୍ତି । ତେଣୁ ଆମେ ଆମ ଖାଦ୍ୟରେ ପଶୁ ମାଂସ ବ୍ୟବହାରକୁ ଯେତେ କମ୍ କରି ପାରିବା ତାହା ଆମ ପାଇଁ ସେତେ ଭଲ ହେବ ।

ଆଜିକାଲି ଅଧିକାଂଶ ଭାରତୀୟ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି । ସେମାନେ ଭାବୁଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିରାମିଷ ଖାଦ୍ୟ ହିଁ ଉତ୍ତମ । ପଶୁ, ପକ୍ଷୀ ଓ ଜଳଚର ପ୍ରାଣୀ ଆମ ଆହାର ପାଇଁ ଉଦ୍ଦିଷ୍ଟ ନୁହନ୍ତି । ସେମାନଙ୍କ ମାଂସ ଖାଇ ଆମେ ତାଙ୍କ ପ୍ରତି ଅନ୍ୟାୟ କରୁଛୁ । ତେଣୁ ନିରାମିଷ ଖାଇବା ଉଚିତ ।

ନିରାମିଷ ଖାଦ୍ୟ ତନ୍ତୁ ଯୁକ୍ତ ହୋଇଥିବାରୁ ଏହାକୁ ଖାଇଲେ କୋଷ୍ଠକାଠିନ୍ୟ, କଲୋନ୍ କ୍ୟାନ୍ସର ଓ ଅର୍ଶ ଆଦି ରୋଗର ପ୍ରତିରୋଧ କରିଥାଏ । ତା’ଛଡା ଏଥିରେ କୋଲେଷ୍ଟେରଲ ପରିମାଣ ବହୁତ କମ୍ ଥିବାରୁ ଏହା ହୃଦ୍ଘାତର ସମ୍ଭାବନା ମଧ୍ୟ କମ୍ କରିଥାଏ ଏବଂ ଆର୍ଥାରାଇଟିସ୍ ଓ ପାର୍କିନସନସ୍ ଆଦି ରୋଗ ହେବାର ଆଶଙ୍କା ମଧ୍ୟ ଦୂର କରିଥାଏ ।
ଖାଦ୍ୟ ଯେ ଜଣକର ସ୍ୱଭାବକୁ ପ୍ରଭାବିତ କରିଥାଏ ତାହା ମଧ୍ୟ ସତ । କାରଣ ନିରାମିଷ ଖାଉଥିବା ବ୍ୟକ୍ତି ଈଶ୍ୱରବିଶ୍ୱାସୀ ଓ ଅଧ୍ୟାତ୍ମବାଦୀ ହୋଇଥାଆନ୍ତି ।