ପ୍ଲାଷ୍ଟିକ ନଷେଧ ନିୟମକୁ ଅଟ୍ଟହାସ୍ୟ ! ନୟାଗଡ଼ ଜିଲ୍ଲାରେ ଖୁଲମଖୁଲା ଚାଲିଛି ପଲିଥିନ୍ ବ୍ୟବହାର 

128

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ପଲିଥିନକୁ ନଷେଧ କଲେ ରାଜ୍ୟ ସରକାର । ଅଥଚ ୨ ମାସ ପରେ ବି ନୟାଗଡ ଜିଲ୍ଲାରେ ଖୁଲମଖୁଲା ଚାଲିଛି ପଲିଥିନର ବ୍ୟବହାର । ଦୋକାନୀଙ୍କ ଠାରୁ ଗ୍ରାହକ, ସତେ ଯେମିତି ପଲିଥିନ ନ ହେଲେ ସବୁକିଛି ଅଚଳ ହୋଇଯାଉଛି । ପଚାରିଲେ ଉତର ମିଳୁଛି ବନ୍ଦ  ପୂର୍ବରୁ ଆଗ ବିକଳ୍ପର ବ୍ୟବସ୍ଥା କରାଯାଉ । ସେପଟେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କଂଟ ରଖିଥିବା ପ୍ରଶାସନ  ଆସନ୍ତା କାଲିଠାରୁ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ସୂଚନା ଦେଇଛି ।

Source:theindependentbd.com

କେଉଁଠି ରାସ୍ତାକଡ ଟେବୁଲ ଉପରେ ପଲିଥିନରେ ପଶି ଛତୁ ବିକ୍ରି ହେଉଛି ତ କେଉଁଠି ପ୍ୟାକ୍ ହୋଇଛି ଘର ସଉଦା । ଆଉ କେହି କେହି ପଲିଥିନରେ ପରିବା ଭର୍ତ୍ତି କରି ଘରକୁ ନେଉଛନ୍ତି । ବିଭିନ୍ନ ଦୋକାନୀ ମଧ୍ୟ ପଲିଥିନରେ ସାମଗ୍ରୀ ଦେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।  ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପଲିଥିନକୁ ନିସିଦ୍ଧ କରିଛନ୍ତି ରାଜ୍ୟ ସରକାର । ହେଲେ ନାୟଗଡ଼ ଜିଲ୍ଲାରେ କିନ୍ତୁ ଏହାର ପ୍ରଭାବ ବିଲକୁଲ୍ ଶୁନ୍ୟ ।

ପଲିଥିନ୍ ବ୍ୟାନ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଛି । ପଲିଥିନ ଗୋଦାମଗୁଡିକୁ ବନ୍ଦ କରିବା ପାଇଁ ନଭେମ୍ବରରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିସେମ୍ବର ପହିଲାରୁ ଏହାର କଂଟ ପୁରିଛି । ଏଣିକି ପଲିଥିନ୍ ବ୍ୟବହାର ଉପରେ ଦୃଢ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ବିଜୁ ଯୁବ ବାହୀନିକୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଏନଏସି ନିର୍ବାହୀ ଅଧିକାରୀ ।

ରାଜ୍ୟ ସରକାରଙ୍କ ଘୋଷଣାର ୨ ମାସ ପରେ ବି ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶନାମା ପାଇନଥିବା ଜିଲ୍ଲା ପ୍ରଶାସନ କହିଛି । ଏଭଳି ସ୍ଥିତିରେ ପଲିଥିନକୁ ନାଁ କହିବାର ବେଳ ଘୁଂଚି ଘୁଂଚି ଚାଲିଛି ।