ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ : ଆଜିଠାରୁ କଟକ-ଭୁବନେଶ୍ୱରରେ କଡ଼ାକଡ଼ି ଭବେ ଲାଗୁ ହେଲା ନିୟମ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନୋ ହେଲମେଟ୍, ନୋ ପେଟ୍ରୋଲ । ଅର୍ଥାତ୍ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ । କଟକ-ଭୁବନେଶ୍ୱରରେ ଆଜିଠାରୁ ଲାଗୁ ହୋଇଛି ଏହି ନିୟମ । ଦୁଇ ଚକିଆ ଯାନ ଚାଳକଙ୍କ ସୁରକ୍ଷା ଏବଂ ଦୁର୍ଘଟଣାରୁ ଅଘଟଣ ଏଡାଇଲା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି କଟକଣା । ସରକାରଙ୍କ ନିଷ୍ପତି ଅନୁଯାୟୀ ଏହି କଟକଣାକୁ ପୁଲିସ କାର୍ଯ୍ୟକାରୀ କରିବେ । ପୁଲିସ ପକ୍ଷରୁ ସବୁ ପେଟ୍ରୋଲ ପମ୍ପ ଗୁଡିକୁ ଜଣାଇ ଦିଆଯାଇଛି । ସମସ୍ତ ଦୁଇ ଚକିଆ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରାଯାଇଥିଲେ ବି ଅନେକ ଲୋକ ବିନା ହେଲମେଟ୍ ରେ ଗାଡି ଚଳାଉଛନ୍ତି । ତେଣୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିବା ପାଇଁ ସରକାର ‘ନୋ ହେଲମେଟ ନୋ ପେଟ୍ରୋଲ’ କଟକଣା ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଚାରିଚକିଆ ଯାନ ଚାଳକମାନେ ମଧ୍ୟ ସିଟ୍ ବେଲଟ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ସରକାର ନିଷ୍ପତି ନେଇଥଲେ ।