ଏନଆଇଟି ସୁରକ୍ଷା ଅଧିକାରୀଙ୍କ ବିରୋଧରେ ବଢୁଛି ଅସନ୍ତୋଷ : ଷ୍ଟାଫ କ୍ୱାଟର୍ସରୁ ଚମ୍ପଟ ମାରିଲେ ଚମ୍ପତିରାୟ

46

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ଷ୍ଟାଫ କ୍ୱାଟର୍ସରୁ ଚମ୍ପଟ ମାରିଲେ ଚମ୍ପତିରାୟ । ଗତକାଲି ବିଳମ୍ବିତ ରାତିରୁ ଚମ୍ପତିରାୟ ଫେରାର ଥିବା ଜଣାପଡିଛି । ସେପଟେ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଗିରଫ ଦାବିରେ ଛାତ୍ରଛାତ୍ରୀମାନେ ଅଟଳ ରହିଛନ୍ତି । ଛାତ୍ରଛାତ୍ରୀ ମାନେ ଏନେଇ ଧାରଣାରେ ବସିଛନ୍ତି । ଚମ୍ପତିରାୟଙ୍କ ବିରୋଧରେ ମାମଲା ରୁଜୁ ନେଇ ମୁହାଁମୁହିଁ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଏନଆଇଟି ନିର୍ଦେଶକ । ନିର୍ଦେଶକ, ଚମ୍ପତିରାୟଙ୍କୁ ଘଂଟ ଘୋଡାଉଥିବା ଅଭିଯୋଗ ହୋଇଛି । ବଳରାମ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା କର୍ମୀଙ୍କୁ ବ୍ଲାକମେଲିଂ ମାଧ୍ୟମରେ ଯୌନଶୋଷଣ କରୁଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ । ଏଥିସମେତ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଓ ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଥିଲା । ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଛାତ୍ରୀମାନେ ଅଡି ବସିଛନ୍ତି ।