ରାଜରାସ୍ତାରେ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ : ୧୬ ଦଫା ଦାବି ନେଇ ବିକ୍ଷୋଭ

21

 ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍  ରାଜରାସ୍ତାକୁ ଓହ୍ଲାଇଛନ୍ତି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ । ୧୬ ଦଫା ଦାବିରେ ଏମାନେ ବିକ୍ଷୋଭ କରିଛନ୍ତି । ପ୍ରବଳ ଖରା ସତ୍ୱେ ହଜାର ହଜାର କର୍ମୀ ମାଷ୍ଟରକ୍ୟାଂଟିନରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ଅଧାରାସ୍ତାରେ ପୁଲିସ ସେମାନଙ୍କୁ ଅଟାକାଇଥିଲା । ପ୍ରାୟ ୧୫ ହାଜର ଅଙ୍ଗନୱାଡି କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ମାସିକ ଭତା ୧୫ ହଜାର ଟଙ୍କା , ପେନସନ ୩ ହଜାର ଟଙ୍କା ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ସଂଘ ଧର୍ମଘଟ କୁ ଓହ୍ଲାଇଛି ।