ନିଆଳି ଆତଙ୍କ ! ଜନ୍ତା, ଡ୍ରୋନ୍ କ୍ୟାମେରା ଲାଗିଥିବା ସତ୍ୱେ ମେଣ୍ଢାଙ୍କୁ ପୁଣି ଆକ୍ରମଣ

24

କନକ ବ୍ୟୁରୋ : ଥମିବାର ନାଁ ଧରୁନି ନିଆଳୀ ମେଣ୍ଢା ମୃତ୍ୟୁ ଘଟଣା । ପ୍ରତିଦିନ ଅଜଣା ଜନ୍ତୁର ଶିକାର ହେଉଛନ୍ତି ମେଣ୍ଢା । ଗତକାଲି ବିଳମ୍ବିତ ରାତିରେ ପୁଣି ଏକ ମେଣ୍ଢା ଅଜଣା ଜୀବର ଶିକାର ହୋଇଛି । ସୂର୍ଯ୍ୟ ନଗର କାନନ କିଶୋର ଭୋଳଙ୍କ କୋଠାଘର ବାରଣ୍ଢାରେ ବନ୍ଧା ଯାଇଥିବା ମେଣ୍ଢାଙ୍କୁ ଶିକାର କରଛିି ଅଜଣା ଜନ୍ତୁ । ଏଥିରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଥିଲା ଦୁଇ ଆହାତ ହୋଇଛନ୍ତି ।

ଖବର ପାଇ ଡ଼ିଏଫଓ ସଂଜୟ କୁମାର ସ୍ୱାଇଁ ଓ ତିନିଜଣ ରେଞ୍ଜର ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟପଟେ ମେଣ୍ଢା ମଡ଼କର ଲଗାତାର ମୃତ୍ୟୁକୁ ନେଇ ମେଣ୍ଢା ପାଳକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଦେଖନ୍ତୁ ଏହି ଭିଡ଼ିଓ –