ନିଆଳି ମେଣ୍ଢା ମୃତ୍ୟୁର ଛାନଭିନ ପାଇଁ ଯାଇଥିବା ଶିମିଳିପାଳ ଟିମ୍ ଫେରିଛି ଖାଲି ହାତରେ !

33

କନକ ବ୍ୟୁରୋ : ନିଆଳି ମେଣ୍ଢା ମୃତ୍ୟୁର ଛାନଭିନ ପାଇଁ ଯାଇଥିବା ଶିମିଳିପାଳ ଟିମ୍ ଖାଲି ହାତରେ ଫେରିଛି । ଅଜଣା ଜନ୍ତୁର କୌଣସି ପତ୍ତା ନପାଇ ଖାଲି ହାତରେ ଫେରିଛି ଟିମ୍ । ୮ଦିନ ଧରି ଶିମିଳିପାଳର ୧୮ଜଣିଆ ଟିମ୍ ନିଆଳିରେ ଡେରା ପକାଇଥିଲେ ମଧ୍ୟ ମେଣ୍ଢା ମାରୁଥିବା ଅଜଣା ଜନ୍ତୁକୁ କାବୁ କରିବାରେ ବିଫଳ ହୋଇଛନ୍ତି । ଅଜଣା ଜନ୍ତୁକୁ ଧରିବା ପାଇଁ ଟ୍ରାପିଂ କ୍ୟାମେରା, ଡ୍ରୋନ, ଜାଲ ଓ ଜନ୍ତା ସବୁ ଖଂଜା ଯାଇଥିଲେ ସୁଦ୍ଧା କୌଣସି ସଫଳତା ମିଳିନାହିଁ ।

ଅନ୍ୟପଟେ ଜନ୍ତୁକୁ ଧରିବା ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ମେଣ୍ଢା ଖୁଆଡ ବି ଖାଲିପଡିଛି । ଗାଁରେ ଏବେ ବି ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ବନବିଭାଗ ପ୍ରତି ଅସନ୍ତୋଷ ବଢିବାରେ ଲାଗିଛି । ଏପରିକି ଜନ୍ତୁ ଧରିବା ପାଇଁ ଉପଯୁକ୍ତ ସ୍ଥାନରେ ଜନ୍ତା ବସାଇବା ବଦଳରେ ରାସ୍ତା କଡରେ ଜନ୍ତା ବସାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।