ନିଆଳିକୁ ଫୁଣି ଫେରିଲା ଆତଙ୍କ ! ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ

32

କନକ ବ୍ୟୁରୋ : ନିଆଳିକୁ ଫୁଣି ଫେରିଲା ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ପୁଣି ୨ ମେଣ୍ଢାର ମୃତ୍ୟୁ ହୋଇଛି । ବିଳାଶୁଣୀ ପଂଚାୟତର ଦହିଜଂଗ ଗାଁରେ ଗତକାଳି ରାତିରେ ପୁଣି ୨ଟି ମେଣ୍ଢାର ମୃତ୍ୟୁ ହୋଇଛି । ଅଜଣା ଜନ୍ତୁ ଆକ୍ରମଣରେ ୨ଟି ମେଣ୍ଢା ଗୁରୁତର ରହିଥିବା ଜଣାପଡିଛି । ମେଣ୍ଢା ମୃତ୍ୟୁ ପ୍ରତିବାଦରେ ବିଳାଶୁଣୀ ଦହିଜଂଗ ଗାଁଲୋକେ ରାସ୍ତାରୋକ କରିଥିଲେ । ପୁଲିସ ପ୍ରଶାସନ ଗାଁରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି  ।