ନିଆଳିରେ ଠାବ ପାଦ ଚିହ୍ନ ଓ ଗାତର ଅନୁଧ୍ୟାନ କଲେ ନନ୍ଦନକାନନର ସ୍ୱତନ୍ତ୍ର ଟିମ୍ : ଭଅଁରାଗଡ଼ରେ ଲାଗିଲା ଟ୍ରାପ୍ କ୍ୟାମେରା

46

କନକ ବ୍ୟୁରୋ : ନିଆଳିର ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଛି । ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ କମଳଲୋଚନ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍ ଆସି ଅନୁଧ୍ୟାନ କରିଛି । ଭଅଁରାଗଡ଼ ଜଙ୍ଗଲରୁ ରାମଶିଆଳିର ପାଦ ଚିହ୍ନ ଓ ଗାତ ଠାବ ହୋଇଥିବା ସ୍ଥାନରେ ଅନୁଧ୍ୟାନ କରିଛି ଟିମ୍ ।

ମେଣ୍ଢାଙ୍କୁ ଯେଭଳି ଭାବେ ଶିକାର କରାଯାଉଛି ଓ ପାଦ ଚିହ୍ନରୁ ଏହା ରାମ ଶିଆଳର ପାଦ ଚିହ୍ନ ବୋଲି କହିଛନ୍ତି ନନ୍ଦନ କାନନ ସହକାରୀ ନିର୍ଦ୍ଦେଶକ । ଅଜଣା ଜୀବକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ଗତକାଲି ରାତିରେ ପୁଣି ମେଣ୍ଢାଙ୍କୁ ଆକ୍ରମଣ ହୋଇଛି । ଅଜଣା ଜୀବର ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ୮ଟି ମେଣ୍ଢା ଆହତ ହୋଇଛନ୍ତି । ସେପଟେ ଆଜି କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ବାସିନ୍ଦା ।

ଦେଖନ୍ତୁ ଏହି ଭିଡିଓ –