ଆସନ୍ତାକାଲି ନୂଆବର୍ଷ ! ୨୦୧୯କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ

140

କନକ ବ୍ୟୁରୋ : ୨୦୧୮ର ଆଜି ହେଉଛି ଶେଷ ଦିନ । ଅର୍ଥାତ ଆସନ୍ତାକାଲି ନୂଆବର୍ଷ । ୨୦୧୯କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ କରାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଂଟଡାଉନ ଆରମ୍ଭ ହୋଇଛି । ସେଲିବ୍ରେସନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହୋଟେଲ ଓ କ୍ଲବ । ଏହି ସବୁ ପ୍ରତିଷ୍ଠାନ ଗୁଡିକର ସୁରକ୍ଷା ସମ୍ପର୍କୀତ ଯାଂଚ କରୁଛି ଅଗ୍ନିଶମ ବିଭାଗ ।

ଯେପରି ପାର୍ଟିରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ ସେନେଇ ନଜର ରଖିଛି ଅଗ୍ନିଶମ ବିଭାଗ । ଭୁବନେଶ୍ୱରର ହୋଟେଲ ଅଶୋକାରେ ହେବାକୁ ଯାଉଛି ଜିରୋ ନାଇଟ ସେଲିବ୍ରେସନ । ମକ୍ସିରାଇଟ୍ ନାଇଟ ପାଇଁ ଟିକଟ ଦର ୧୯୯୯ ଟଙ୍କା ଥିବା ବେଳେ ଫ୍ରି ଫୁଡ ସହିତ ଦମ୍ପତି ଓ ଛୋଟ ପିଲାମାନଙ୍କ ପାଇଁ ରହିବ ସ୍ୱତନ୍ତ ବ୍ୟବସ୍ଥା । ଜିରୋ ନାଇଟ ପାଇଁ ରାଜଧାନୀରେ ବିଭିନ୍ନ  ତାରକା ହୋଟେଲରେ ବ୍ୟବସ୍ଥା ଚାଲିଥିବା ବେଳେ ମୁହଁରେ ମୁଖା ପିନ୍ଧି ଡ୍ୟାନ୍ସ କରିବା ପାଇଁ ଲୋକଙ୍କ ଚାହିଦା ରହିଛି ବୋଲି କହିଛନ୍ତି ଆଯୋଜକ ।