ଚୋରିର ନୂଆ ଟ୍ରେଣ୍ଡ : ୧୦ ଟଙ୍କା ପକାଇ ଲ୍ୟାପଟପ ଲୁଟିଲେ ଲୁଟେରା

41

କନକ ବ୍ୟୁରୋ : ଚୋରିର ନୂଆ ଟ୍ରେଣ୍ଡ । ତରିକା ସମାନ କିନ୍ତୁ ସ୍ଥାନ ଅଲଗା । କିଛି ଦିନ ତଳେ କାର ପାଖରେ ୧୦ ଟଙ୍କା ପକାଇ ବନ୍ଧୁକ ଲୁଟିଥିଲେ ଲୁଟେରା । ଭୁବନେଶ୍ୱରରେ ଜଣେ ଶିଳ୍ପପତିଙ୍କ କାରରୁ ଏଭଳି ଲୁଟ୍ ହୋଇଥିଲା । ଏବେ କିନ୍ତ ପୁରୀ ଭଳି ଜନଗହଳୀପୂର୍ଣ୍ଣ ସ୍ଥାନରେ, ଯେଉଁଠି ଠିକ ଏହି ତାରିକାରେ ଲୁଟର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି ।

ଠିକ୍ ସମାନ ଷ୍ଟାଇଲରେ ଲୁଟ୍ କରିଛନ୍ତି ଲୁଟେରା । ଗାଡି ଆଗରେ ୧୦ ଟଙ୍କା ପକାଇ କାର ଭିତରୁ ଲୁଟିଛନ୍ତି ଲ୍ୟାପଟପ୍ । ଆଉ ଚୋରଙ୍କର ଏହି କଳା କାରନାମା କଏଦ ହୋଇଛି ସିସିଟିଭିରେ । ଖବର ଅନୁସାରେ, ଗତ ୧୧ ତାରିଖରେ ଭୁବନେଶ୍ୱରର ଅଶୋକ ପାତ୍ର ତାଙ୍କୁ ବନ୍ଧୁଙ୍କ ସହ ପୁରୀ ଯାଇଥିଲେ । ପୁରୀର ଚନ୍ଦନ ବଜାରରେ କିଛି ସପିଂ କରି ସେ କାରକୁ ଫେରିଥିଲେ । ଅଶୋକ କାରରେ ବସିଥିବାବେଳେ ଜଣେ ଅଜଣା ଯୁବକ କାର ନିକଟକୁ ଆସିିଥିଲା ଓ କହିଥିଲା ସାର ଟଙ୍କା ପଡିଛି । ଅଶୋକ ଟଙ୍କା ଉଠାଇବାକୁ ଗଲାବେଳେ ଆଉ ଜଣେ ସହାୟତା କରିବାକୁ ଆସିଥିଲେ । ଠିକ ଏହି ସମୟରେ ଚୋର ଗ୍ୟାଙ୍ଗର ଆଉ ଜଣେ ବ୍ୟକ୍ତି ଲ୍ୟାପଟପ ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ଏହି ଘଟଣା ପଛରେ ଜଣେ କି ଦି ଜଣେ ନୁହେଁ, ଏକ ଗ୍ୟାଙ୍ଗ ରହିଛନ୍ତିା