ସିବିଏସଇ ବିଦ୍ୟାଳୟରେ ଆସିଲା ନୂଆ ନିୟମ। ଏଣିକି ଗୋଟିଏ ଶ୍ରେଣୀର ଗୋଟିଏ ବିଭାଗରେ ସର୍ବାଧିକ ୪୫ ପିଲା ରହିବା ଉପରେ ଦିଆଯିବ ଗୁରୁତ୍ୱ

34

କନକ ବ୍ୟୁରୋ : ସିବିଏସଇ ବୋର୍ଡ ଗତ କିଛି ମାସ ହେଲା ଅନେକ ପରିବର୍ତନ ଆଣୁଛି । ତେବେ ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ଏଣିକି ସିବିଏସଇ ନିଜର ସ୍କୁଲରେ ଥିବା (ନବମ ଓ ଦଶମ)ଶ୍ରେଣୀ ଗୃହରେ ଥିବା ସେକ୍ସନ ଗୁଡିକରେ  ୪୫ଠାରୁ ଅଧିକ ପିଲା ରହିବେ ନାହିଁ ବୋଲି ସୂଚନା ମିଳିଛି । ଏହି ନିୟମ ୨୦୧୯ ଶିକ୍ଷା ବର୍ଷଠାରୁ ଲାଗୁ କରାଯିବ ବୋଲି ଜଣାପଡିଛି ।

 

ସିବିଏସଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ପିଲାମାନେ କିପରି ଭାବରେ ଭଲ ପାଠ ପଢିବେ ତାହା ଆମର ଲକ୍ଷ୍ୟ ତେଣୁ ଅଧିକ ସଂଖ୍ୟାରେ ଗୋଟିଏ ସେକ୍ସନରେ ରଖିଲେ ପିଲାଙ୍କ ପାଠପଢା ନଷ୍ଟ ହୋଇପାରେ । ତେଣୁ ଆମେମାନେ ପ୍ରଥମେ ପିଲାଙ୍କ ପାଠପଢା ଉପରେ ଧ୍ୟାନ ଦେଉଛୁ ତେଣୁ ବୋର୍ଡର ନିଷ୍ପତ୍ତି ଅନୁସାରେ ଏପରି ନିୟମ ହୋଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ତେବେ ଏପରି ନିୟମ ହେବ ବୋଲି ଜଣାପଡିବା ପରେ ଅନେକ ଏହାକୁ ସ୍ୱାଗତ କରିଥିବା ବେଳେ କେତେକ ସ୍କୁଲ ମଧ୍ୟ ଏହାକୁ ବିରୋଧ କରିଥିବା ଜଣାପଡିଛି ।