ବିପର୍ଯ୍ୟସ୍ତ ଆମ୍ବୁଲାନସ ସେବା ସହ ଚିକିତ୍ସାରେ ଅବହେଳା ନେଲା ପ୍ରସୂତି ସହ ନବଜାତକର ଜୀବନ

38

ବଲାଙ୍ଗିର : ବିପର୍ଯ୍ୟସ୍ତ ଆମ୍ବୁଲାନସ ସେବା, ଚିକିତ୍ସାରେ ଅବହେଳା ନେଲା ପ୍ରସୂତି ସହ ନବଜାତକର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବାଗଦୋର ପଂଚାୟତର ଥୁଂଟି ବାହାଲ ଗାଁରେ । ମଙ୍ଗଳବାର ରାତିରେ ଗାଁର ରାଧା ଭୋଇଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତର ମିଳିନଥିଲା । ରାତିରେ ଘରେ ଏକ ପୁଅକୁ ଜନ୍ମ ଦେବା ପରେ ରାଧାଙ୍କ ଦେହ ଗୁରୁତର ହୋଇପଡିଥିଲା । ଅସୁରକ୍ଷିତ ଭାବେ ଜନ୍ମିତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ସକାଳେ ଏକ ଗାଡି କରି ରାଧାକୁ ବେଲପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ପରିବାର ଲୋକେ । ତେବେ ବେଲପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ଥିବାରୁ ପାଟଣାଗଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରୁଥିବା ବେଳେ ଅଧା ବାଟରେ ରାଧାଙ୍କ ମୃତ୍ୟୁ ହୋଇଯାଇଛି  ।