ଆଜି ହେବ ନେଷ୍ଟ ପରୀକ୍ଷା

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଭୁବନେଶ୍ୱର ନାଇଜର ସମେତ ମୁମ୍ବାଇସ୍ଥିତ ସେଂଟର ଫର୍ ଏକ୍ସଲେନ୍ସ ଇନ୍ ବେସିକ୍ ସାଇନ୍ସରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଂଟ୍ରାନ୍ସ ଟେଷ୍ଟ ବା ନେଷ୍ଟ ଅନୁଷ୍ଠିତ ହେବ । ଚଳିତ ବର୍ଷପାଇଁ ଏହି ପ୍ରବେଶିକା ପରୀକ୍ଷାରେ ୫୪ ହଜାରରୁ ଅଧିକ ପିଲା ଅଂଶଗ୍ରହଣ କରିବେ । ପରୀକ୍ଷା ପାଇଁ ଦେଶରେ ୫୯ଟି ସହରରେ ୧୦୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଓଡିଶାର ୮ଟି ସହରର ୨୫ଟି ପରୀକ୍ଷା କେନ୍ଦ୍ରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର ସମେତ ବାଲେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବଲାଙ୍ଗିର ଓ କୋରାପୁଟରେ ଦିନ ୧୦ଟାରେ ଏହି ପରୀକ୍ଷା ଆରମ୍ଭ ହେବ । ଜୁନ୍ ୧୭ରେ ନେଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇବ ।