ବିଶ୍ୱର ପ୍ରଥମ ଘଟଣା, ୩୦୦ କୁମ୍ଭୀରଙ୍କୁ ହତ୍ୟା ! ସଂରକ୍ଷଣ ଫାର୍ମରେ ଯୁବକଙ୍କୁ କୁମ୍ଭୀର ଖାଇଯିବା ପରେ ତାତିଲେ ଜନତା, ମାରଣାସ୍ତ୍ର ସହାୟତାରେ ହତ୍ୟା କଲେ ଶତାଧିକ କୁମ୍ଭୀର

28

କନକ ବ୍ୟୁରୋ: ବିଶ୍ୱର ପ୍ରଥମ ଘଟଣା, ୩୦୦ କୁମ୍ଭୀରଙ୍କୁ ହତ୍ୟା । ଜନ ଆକ୍ରୋଶର ଶୀକାର ହୋଇଛନ୍ତି ପାଖାପାଖି ୩୦୦ କୁମ୍ଭୀର । ଇଣ୍ଡୋନେସିଆ ପାପୁଆ ରାଜ୍ୟର ସୋରେଙ୍ଗ ଜିଲ୍ଲାରେ ଉତ୍ୟକ୍ତ ଲୋକେ ଛୁରୀ ଓ ବିଭି୍ନ୍ନ ମାରଣାସ୍ତ୍ର ସାହାଯ୍ୟରେ ୨୯୨ କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି । ଏକ କୁମ୍ଭୀର ସଂରକ୍ଷଣ ଫାର୍ମରେ ଜଣେ ଯୁବକକୁ କୁମ୍ଭୀର ଖାଇଯିବା ପରେ ଉତ୍ୟକ୍ତ ଲୋକ ଏ କାଣ୍ଡ ଘଟାଇଛନ୍ତି ।

ଘଟଣାରୁ ଜଣାପଡିଛି ଯେ ୪୮ ବର୍ଷିୟ ସୁଗିତୋ ଘାସ ଆଣିବା ପାଇଁ ଯାଇଥିବା ବେଳେ ଫାର୍ମ ଭିତରକୁ ଖସି ପଡିଥିଲେ । ସେଠାରେ କୁମ୍ଭୀର ତାଙ୍କୁ ଆକ୍ରମଣ କରି ଖାଇଯିବା ପରେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ । ଜନବସତି ଅଂଚଳରେ କୁମ୍ଭୀର ଫାର୍ମକୁ ବିରୋଧ କରିବା ସହ ମୃତବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଧରି ବିକ୍ଷୋଭ କରିଥିଲୋ ସ୍ଥାନୀୟ ଲୋକେ । ତେବେ ଫାର୍ମ ପକ୍ଷରୁ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଲୋକମାନେ କ୍ରୋଧର ବଶବର୍ତି ହୋଇ ଏଭଳି କାଣ୍ଡ କରିଛନ୍ତି ।