ନିୟମ ଭାଙ୍ଗିଛି ପୁଲିସ : ଏନସିଏସଟି କମିଶନ ଉଠାଇଲେ ପ୍ରଶ୍ନ, ଅଟୋରେ ଯାଆନ୍ତି କି ମାଓବାଦୀ

31

ବାଲିଗୁଡା : ବାଲିଗୁଡା ଏନକାଉଂଟରରେ ମୃତାହତଙ୍କ ପରିବାରଙ୍କୁ ଭେଟିଲେ ଏନସିଏସଟି ଅଧ୍ୟକ୍ଷ । ଘଟଣା ସଂପର୍କରେ ଫୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି ଅଧ୍ୟକ୍ଷ ରାମେଶ୍ୱର ଓରାନ । ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷ । ଏଥିସହ ଆହତଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି । ୯୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ କମିଶନ ଅଧ୍ୟକ୍ଷ କହିଛନ୍ତି । ମାଓବାଦୀମାନେ ଅଟୋରେ ଯାଆନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଆଜି ସକାଳେ ବାଲିଗୁଡା ରାଜସ୍ୱ ବଙ୍ଗଳାରେ ପହଂଚିଥିଲେ କମିଶନ ଅଧ୍ୟକ୍ଷ ଓ ଅନ୍ୟ ୩ ଜଣ ସଦସ୍ୟ । କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନିରୀହ ଆଦିବାସୀଙ୍କ ମୃତ୍ୟୁ ହେଲା, ସେ ସଂପର୍କରେ ପଚାରି ବୁଝିଥିଲେ । କମିଶନଙ୍କ ନିର୍ଦେଶରେ ଗତକାଲିଠାରୁ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ବାଲିଗୁଡାରେ ଆଣି ରଖିଥିଲା ଜିଲ୍ଲା ପ୍ରଶାସନ । ରାଜସ୍ୱ ବଙ୍ଗଳାରେ ବି ଉପସ୍ଥିତ ଥିଲେ କନ୍ଧମାଳ ଜିଲ୍ଲାପାଳ,ଏସପି, ଓ ଦକ୍ଷିଣାଂଚଳ ଆଇଜି ଅମିତାଭ ଠାକୁର । କାହିଁକି ଓ କିପରି ଏତେବଡ ଅଘଟଣ ଘଟିଲା ତାର ପୁଙ୍ଖାନୁପୁଙ୍ଖ ଯାଂଚ କରିଛନ୍ତି କମିଶନ ।