ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ଅଶ୍ଳୀଳ ଭିଡିଓ ! ଛାତ୍ରୀଙ୍କ ପରିବାର ପକ୍ଷରୁ ଛାତ୍ରଙ୍କ ବିରୋଧରେ ଥାନାରେ ମାମଲା

52

କନକ ବ୍ୟୁରୋ : ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋ ଅଂଚଳର ଏକ କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଦୁଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ନେଇଛି କଲେଜ । କଲେଜରୁ ଛାତ୍ରଛାତ୍ରୀ ଦୁଇ ଜଣଙ୍କୁ ବହିଷ୍କାର କରିଛନ୍ତି ଅଧ୍ୟକ୍ଷ । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।

ପୁଣି ମୋବାଇଲରୁ ମୋବାଇଲକୁ ଘୁର ବୁଲିଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋରେ ଏକ କଲେଜର ଜଣେ ଯୁକ୍ତ ତିନି ଛାତ୍ରଙ୍କ ସହ ସେହି କଲେଜର ଯୁକ୍ତ ଦୁଇ ନାବାଳିକା ଛାତ୍ରୀ ଅସଂଜତ ଅବସ୍ଥାରେ ଥିବା ଭିଡିଓ ଭାଇରାଲ ହେବା ପରେ ଚାଂଚଲ୍ୟ । ଭିଡିଓ ସାମ୍ନାକୁ ଆସିବା ପରେ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ନାବାଳିକା ଛାତ୍ରୀ ।

– ଛାତ୍ରୀଙ୍କ ଅଭିଯୋଗ ତାଙ୍କ ଅଜ୍ଞାତରେ ଚିତ୍ର ଉତ୍ତୋଳନ କରିଛନ୍ତି ସାଙ୍ଗରେ ଥିବା ଯୁବକ

– ମିଠାକଥା କହି ପ୍ରେମ ଜାଲରେ ପକାଇବା ପରେ ଅନ୍ତରଙ୍ଗ ଭିଡିଓକୁ ସୁଟ କରିଛନ୍ତି

– ମୋବାଇଲରେ ଭିଡିଓ ଉଠାଇବା ସହ ଏହାକୁ ଭାଇରାଲ କରିଛନ୍ତି ଯୁବକ ଜଣକ

– ଇଜ୍ଜତକୁ ବଜାରରେ ଏଭଳି ନିଲାମ କରିଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

ମାମଲା ଥାନାରେ ପହଂଚିଥିବାବେଳେ ପୋଲିସ ସଂପୃକ୍ତ ନାବାଳିକା ଛାତ୍ରୀଙ୍କ ଡାକ୍ତରୀ ମାଇନା କରିବା ସହ ୧୬୭ରେ ବୟାନ ରେକର୍ଡ କରିଛି । ଆଉ ଅଭିଯୁକ୍ତ ଛାତ୍ରଙ୍କ ନାଁରେ ପସ୍କୋ ଆଇନରେ ମାମଲା କରିବା ସହ ଆଇପିସିର ଧାରା ୩୭୫ ଅର୍ଥାତ ଧର୍ଷଣ ଏବଂ ଅଶ୍ଳୀଳ ଭିଡିଓକୁ ଭଆଇରାଲ କରିବା ଅଭିଯୋଗରେ ଆଇଟି ଆକ୍ଟର ବିଭିନ୍ନ ଦଫା ଲଗାଇ ଛାନଭିନ ଆରମ୍ଭ କରିଛି ।

ସେପଟେ ଆଉଏକ ଘଟଣାକ୍ରମରେ ମାମଲା ଥାନାରେ ପହଂଚିଥିବାରୁ ବଦନାମ ହେବା ଭୟରେ ନୟାଗଡ କଂଟିଲୋର ସୃପୃକ୍ତ କଲେଜ ଦୁଇ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିଛି । ସବୁଠାରୁ ବଡକଥା ହେଉଛି ନାବାଳିକାଙ୍କ ସରଳତାରୁ ସୁଯୋଗ ନେଇ ତାଙ୍କ ଅଜାଣତରେ ଚିତ୍ର ଉତୋଳନ କରିବା ସହ ଏହାକୁ ଭାଇରାଲ କରିଦେଇଛି ଛାତ୍ର ଜଣକ । ନୟାଗଡରୁ ପ୍ରଦୀପ୍ତ ମହାପାତ୍ରଙ୍କ ରିପୋର୍ଟ, କନକ ନ୍ୟୁଜ ।