ବିଜେଡିର ୨୦ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ନୂଆ ମନ୍ତ୍ର : ସରଳ ଜୀବନଯାପନ, ଉଚ୍ଚ ଚିନ୍ତାଧାରା ।

88

କନକ ବ୍ୟୁରୋ : ଆଜି ପୁରୀରେ ବିଜେଡି ପାଳୁଛି ୨୦ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟର କୋଣଅନୁକୋଣରୁ ସାମିଲ ହୋଇଥିଲେ ହଜାର ହଜାର ଲୋକ । ରାଜଧାନୀ ଠାରୁ ପୁରୀ ପର୍ଯ୍ୟନ୍ତ ତୋରଣ, ବ୍ୟାନରରେ ଝଲସୁଥିଲା । କମ୍ପୁଥିଲା ପରିବେଶ । ଶାଗୁଆ ପରିବେଶରେ ପୁରୀ ତାଳବଣିଆରେ ଆରମ୍ଭ ହୋଇଥିଲା ୨୦ତମ ଜନ୍ମ ଦିବସ । ନେତା, ମନ୍ତ୍ରୀ, ବିଧାୟକ ସହ ସବୁସ୍ତରର ଲୋକ ସାମିଲ ହୋଇଥିଲେ ବିଜେଡି କର୍ମୀ । ଉତ୍ସାହିତ ଓ ଉତଫୁଲିତ ହୋଇଥିଲେ ନେତାଠୁ କର୍ମୀ ।

କିନ୍ତୁ ସମସ୍ତଙ୍କର ନଜର ଥିଲା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ନବୀନ ଷ୍ଟେଜ ଉପରେ ପହଂଚିବା କ୍ଷଣି ନବୀନ ଜିନ୍ଦାବାଦ, ନବୀନ ଜିନ୍ଦାବାଦରେ କମ୍ପୁଥିଲା ପଡିଆ । କିଏ ହାତ ହଲାଇ ସ୍ୱାଗତ କରୁଥିଲା ତ ଆଉ କିଏ ନବୀନ ନବୀନ କହି ଚିତ୍କାର କରୁଥିଲେ । ସମସ୍ତଙ୍କ ମୁହଁରେ ଥିଲା ନବୀନ ବାବୁଙ୍କ ନାଁ । ନେତା ଓ ବରିଷ୍ଠ ମନ୍ତ୍ରୀ ଭାଷଣ ଦେବା ପରେ ପଡିଥିଲା ଦଳର ସଭାପତି ନବୀନଙ୍କ ପାଳି । ଆଉ ଜୟ ଜଗନ୍ନାଥ କହି ଆରମ୍ଭ କଲେ ଅଭିଭାଷଣ ।

ଆଜି ରାଜନୀତି ନୁହେଁ ହୃଦୟର କଥା କହିବି । ଏତିକି କହିବା ମାତ୍ରେ କରତାଳି ଦେଇ ସ୍ୱାଗତ କରିଥିଲେ ସମବେତ ଜନତା । ଆଉ କର୍ମୀଙ୍କୁ କିଛି ଉପଦେଶ ଦେଇଥିଲେ ବିଜେଡି ସଭାପତି । ନବୀନ କହିଥିଲେ, ମୁଁ ୧୯୯୭ରୁ ରାଜନୀତି ଆରମ୍ଭ କରିଥିଲି । ସଂକଳ୍ପ ନେବା, ସାଧାରଣ ଭାବେ ବଂଚିବା । ଭଲ କାମ କରିବାରେ ଅଧିକ ଖୁସି ଥାଏ । ତେଣୁ ଆପଣମାନେ ଭଲ କାମକରି ଲୋକଙ୍କ ହୃଦୟ ଜିତନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ । ସମସ୍ତଙ୍କ ବ୍ୟବହାର ସାଧାରଣ ଭଳି ହେବା ଦରକାର ବୋଲି ଲୋକଙ୍କୁ ବୁଝାଇଥିଲେ ନବୀନ ।ତା ସହ ଅକୁଣ୍ଠ ସମର୍ଥନ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ବିଜେଡି ସୁପ୍ରିମୋ ନବୀନ । ସିମ୍ପଲ ଲିଭିଂଗ ଓ ହାଇଥିଙ୍କିଙ୍ଗ କଥା କହିଥିଲେ ନବୀନ । 

ଓଡିଆ ତ୍ୟାଗର ଭୂମି । ବିଜେଡି ପ୍ରତି ଲୋକଙ୍କ ଭଲପାଇବା ରହିଛି । ସେଥିପାଇଁ ଆମେ ଆଗକୁ ବଢୁଛୁ । ଗରିବ ଲୋକଙ୍କ ବନ୍ଧୁଥିଲେ ବିଜୁବାବୁ । ତାଙ୍କ ପାଖକୁ ଆସୁଥିବା ଲୋକ ଖାଲି ହାତରେ ଫେରୁନଥିଲେ । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିହୁଏ ବୋଲି ସେ କହିଥିଲୋ ଏହି ଅବସରରେ ନବୀନ ବାବୁ କହିଥିଲେ ବିଜେଡି ପରିବାର ଏକାଠି ଅଛି । ଲୋକଙ୍କ ଭଲ ପାଇବା ସବୁଠାରୁ ବଡ ପୁରସ୍କାର ବୋଲି ନବୀନ କହିଥିଲେ ।