ନାଲିବତି ଛାଡିଲେ ନବୀନ : କେନ୍ଦ୍ର କ୍ୟାବିନେଟର ନିଷ୍ପତି ପରେ ବିନା ନାଲିବତିରେ ସଚିବାଳୟରୁ ନବୀନ ନିବାସ ଗଲେ ମୁଖ୍ୟମନ୍ତ୍ରୀ

12

କନକ ବ୍ୟୁରୋ : ନାଲିବତି ହଟିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତି ପରେ ନାଲିବତି ଛାଡିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୧ ତାରିଖ ସୁଦ୍ଧା ସାରା ଦେଶରୁ ନାଲିବତି ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର  । ମୋଦି କ୍ୟାବିନେଟ୍ ଆଜି ଏଭଳି ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ବିଚାରପତିଙ୍କ ଗାଡ଼ିରେ ବି ରହିବ ନାହିଁ ନାଲିବତି । କେବଳ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ଗାଡ଼ିରେ ନୀଳବତି ରହିବ ।

ଦେଖନ୍ତୁ ଏହି ଭିଡିଓ –