ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ! ଖୋର୍ଦ୍ଧା-ବଲାଙ୍ଗିର ରୁଟରେ ରେଳ ଚଳାଚଳ ପାଇଁ ଦାବି

130

କନକ ବ୍ୟୁରୋ : ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠିି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା-ବଲାଙ୍ଗୀର ରୁଟରେ ଟ୍ରେନ ଚଳାଚଳ ଦାବି କରି ଚିଠି ଲେଖିଛନ୍ତି ନବୀନ । ବଲାଙ୍ଗିର-ଭଏଁସାପାଲ୍ଲୀ ଠାରୁ ୧୬ କିମି ରୁଟରେ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ଚିଠିରେ ଉଲ୍ଲେଖ କରିଛି । ଅକ୍ଟୋବର ମାସରେ ସୁରକ୍ଷା ସମ୍ବନ୍ଧିତ ସମସ୍ତ ଯାଂଚ ଶେଷ ହୋଇଛି ଏହା ବ୍ୟତୀତ ନୟାଗଡରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଚିଠିରେ ଦାବି ହୋଇଛି ।

ଦଶପଲା ଠାରୁ ବଲାଙ୍ଗର ୧୭୭ କିମି ରେଳପଥ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ଭାଗିଦାରୀ ସହମାଗଣାରେ ଜମି ମଧ୍ୟ ପ୍ରଦାନ କରାଯାଇଛି । ଯେଉଁଥିପାଇଁ ୨୦୧୦ରୁ ଭାରତୀୟ ରେଳବାଇକୁ ୧୯ କମିି ଜମି ମାଗଣାରେ ପ୍ରଦାନ କରାଯାଇଛି । ଆଉ ଏଦିଗରେ ରେଳମନ୍ତ୍ରାଳୟ ଶୀଘ୍ର କାମ କରିବା ଜରୁରୀ । ବଲାଙ୍ଗିର ଠାରୁ ଭଇଁସାପାଲି ରୁଟରେ ୧୬ କିମି କାମ ଶେଷ ହୋଇଯାଇଛି । ତେବେ ଏହି ରୁଟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଲୋକେ ଅନେକ ଦିନରୁ ଅପେକ୍ଷା କରି ବସିଛନ୍ତି । ଭାରତୀୟ ରେଳବାଇ ବିଳମ୍ବ ନକରି ଏହି ରୁଟରେ ପାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ । ଯଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ହଜାର ହଜାର ଲୋକ ଉପକୃତ ହୋଇପାରିବେ ।

piyush goyal
image courtesy -http://www.livemint.com/

ଏହାବ୍ୟତୀତ ନୟାଗଡ଼ ଠାରୁ ମେଲ୍ ଏକ୍ସପ୍ରେସ ଚଳାଚଳ ପାଇଁ ମଧ୍ୟ ଚିଠିଲେ ଉଲ୍ଲେଖ କରିଛନ୍ତି ନବୀନ । ଏହା ବ୍ୟତୀତ ଏହି ରୁଟକୁ ହାଉଡ଼ା ଓ ବିଶାଖାପାଟଣା ସହ ଯୋଗାଯୋଗ କରିବା ପାଇଁ ଦାବି କରିଛନ୍ତି । ଭୁବନେଶ୍ୱରରୁ କୋଲକାତା ଯାଉଥିବା ଗରିବ ରଥ ଏକ୍ସପ୍ରେସକୁ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଟ୍ରେନ ଚଳାଳଚ ହେବାଦ୍ୱାରା ନୟାଗଡ଼, କନ୍ଧମାଲ, ବୌଦ୍ଧ ଓ ସବୁର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ । ତୁରନ୍ତ ଏଦିଗରେ ପଦକ୍ଷେପ ନେବା ପାଇଁ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।