୫ ଦିନିଆ ଦିଲ୍ଲୀଗସ୍ତ ପରେ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :୫ ଦିନିଆ ଦିଲ୍ଲୀଗସ୍ତ ପରେ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟରେ ଦିର୍ଘଦିନ ଧରି ଖାଲିପଡିଥିବା ୮ ଜଣ ବିଚାରପତି ପଦବୀ ପୂରଣ ପାଇଁ  କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ନବୀନ । ରାଜ୍ୟରେ ୧୭ଟି ଜିଲ୍ଲାରେ କୋର୍ଟ ନିର୍ମାଣ ପାଇଁ ମଧ୍ୟ ଆଲୋଚନା ହୋଇଛି । ଭୁବନେଶ୍ୱରରେ ୨୦୦ କୋଟି ବ୍ୟୟରେ ଜୁଡିସିଆଲ କମ୍ପଲେକ୍ସ ପାଇଁ ଯୋଜନା ହୋଇଥିବା ମୁଖ୍ୟମନ୍ତ୍ରୀ  କହିଛନ୍ତି । ଏହାସହ ଗ୍ରାମାଂଚଳରେ ନ୍ୟାୟପାଳିକା ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି ।