କଲେଜ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହେବେ ନବୀନ ! ଭିଡିଓ କନଫରେନ୍ସିଂ ଜରିଆରେ ୭ଟି ପଛୁଆ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

18

କନକ ବ୍ୟୁରୋ: ରାଜ୍ୟର ୯ଟି କଲେଜର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାମାସ ୯ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ୯ଟି ଜିଲ୍ଲା ବିଶେଷକରି ୭ଟି ପଛୁଆ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେସନ୍ସ ବ୍ୟବସ୍ଥା କରିବାକୁ ଓକାକକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ନବରଙ୍ଗପୁରର ନବରଙ୍ଗପୁର କଲେଜ, ସମ୍ବଲପୁରର କୁଚିଣ୍ଡା କଲେଜ, ସୁନ୍ଦରଗଡ଼ର ବଣାଇଗଡ଼ କଲେଜ, ମୟୂରଭଞ୍ଜର ରାଇରଙ୍ଗପୁର କଲେଜ, କେନ୍ଦୁଝରର ଚମ୍ପୁଆସ୍ଥିତ ଚନ୍ଦ୍ର ଶେଖର ଓ ଆନନ୍ଦପୁର କଲେଜ, କନ୍ଧମାଳର ବାଲିଗୁଡ଼ାସ୍ଥିତ ଆଦିବାସୀ କଲେଜ, ରାୟଗଡ଼ାର ରାୟଗଡ଼ା ସ୍ୱୟଂଶାସିତ କଲେଜ ଓ ଗୁଣୁପରସ୍ଥିତ ଗୁଣୁପୁର କଲେଜ, ବାଲେଶ୍ୱରର ନୀଳିଗିରିସ୍ଥିତ ନୀଳଗିରି କଲେଜ ଓ ମାଲକାନାଗିରିର ମାଲକାନାଗିରି କଲେଜରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ।