ବାଜପେୟୀଙ୍କ ସହ ସାକ୍ଷାତ ନେଇ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ : କହିଲେ, ଅସୁସ୍ଥ ଥିବାରୁ ସୌଜନ୍ୟମୂଳକ ସାକ୍ଷାତ କରିଛି

22

କନକ ବ୍ୟୁରୋ : ଅଟଳ ବିହାରୀ ବାଜପାୟୀଙ୍କୁ ସାକ୍ଷାତ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ କହିଛନ୍ତି । ଏହାସହ ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ଦିଲ୍ଲୀରୁ ଫେରି ଅନ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।