ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ଦେଶ ମଧ୍ୟରେ ହୋଇପାରେ ଦ୍ୱିପାକ୍ଷିକ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି

84

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି । ତେବେ ମୋଦି ଗସ୍ତ ପୂର୍ବରୁ ଭାରତର ଦକ୍ଷିଣ କୋରିଆ ଭଲ ବନ୍ଧୁ ବୋଲି କହିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ, ଭାରତ ସହ ସ୍ୱତନ୍ତ୍ର ସାମରିକ ଶକ୍ତିର କଥାବାର୍ତା ହେବ । ମୋଦି ସେଠାରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲ । ମୋଦି ସେଠାକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ତାଙ୍କର ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । କେବଳ ଏତିକି ନୁହେଁ ଭାରତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବା ବୋଲି ସୂଚନା ମିଳିଛି । ପୁଲୱାମାରେ ଯେପରି ଭାବରେ ଆତଙ୍କବାଦୀ ଆକ୍ରମଣ ହୋଇଛି ତାହା ସମ୍ପର୍କରେ ମଧ୍ୟ ମୋଦି ଆଲୋଚନା କରିପାରିନ୍ତି ବୋଲି ସୂଚନା ରହିଛି ।

https://aajtak.intoday.in

ମୋଦି କହିଛନ୍ତି ଯେ, ଭାରତ ଓ ଦକ୍ଷିଣ କୋରିଆ ଉଭୟ ଦେଶ ବିଶ୍ୱ ଶାନ୍ତି ଲାଗି ଏକାଠି ହୋଇ ଛିଡା ହୋଇଛନ୍ତି । କେବଳ ଏତିକି ନୁହେଁ ଉଭୟ ଦେଶ ବିଭିନ୍ନ ପ୍ରସଙ୍ଗରେ ଓ ବିଭିନ୍ନ କାମରେ ଏକତ୍ରୀତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।