ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଷ୍ଣୁଙ୍କ ଅବତାର ! ଏ କ’ଣ କହିଗଲେ ବିଜେପି ମୁଖପାତ୍ର . . . .

60

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିଷ୍ଣୁଙ୍କର ଅବତାର । ଏକଥା ଆମେ କହୁନୁ ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ନେତା । ମହାରାଷ୍ଟ୍ରର ବିଜେପି ମୁଖପାତ୍ର ଅବଧୂତ ବାଘ ମୋଦି ଭଗବାନ ବିଷ୍ଣୁଙ୍କର ଏଗାରତମ ଅବତାର ବୋଲି କହି ଏବେ ବିବାଦରେ ଫସିଯାଇଛନ୍ତି । ତେବେ ବିଜେପି ମୁଖପାତ୍ରଙ୍କ ଏପରି ଟିପ୍ପଣୀର ବିରୋଧୀ ଖୁବ୍ ମଜାକ୍ ଉଡ଼ାଇଛନ୍ତି ।  ଏହା ଦେବତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ବୋଲି କହିଛି କଂଗ୍ରେସ ।

ସୂଚନା ଅନୁସାରେ ବିଜେପି ମୁଖପାତ୍ର ଅବଧୂତ ବାଘ ଟ୍ୱଟି ଜରିଆରେ କହିଥିଲେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ବିଷ୍ଣୁଙ୍କର ଏଗାତରମ ଅବତାର । ଏକ ମରାଠୀ ଚ୍ୟାନେଲରେ କତାବାର୍ତ୍ତା ସମୟରେ ସେ କହିଥିଲେ ଆମ ଦେଶ ଭାରତ ବର୍ଷର ସୌଭାଗ୍ୟ ଯେ ଆମକୁ ଭଗବାନଙ୍କ ପରି ଜଣେ ନେତା ମିଳିଛିନ୍ତି । ତେବେ ଅବଧୂତଙ୍କୁ ଟାର୍ଗେଟ କରି ପ୍ରଦେଶ କଂଗ୍ରେସ ମୁଖ୍ୟପାତ୍ର କହିଛନ୍ତି ଏହା ଦେବତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ । ଏହାସହ ସେ କହିଛନ୍ତି ଏହି ଟିପ୍ପଣୀକୁ ଅଧିକ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ । ତେବେ ଏପରି ଟିପ୍ପଣୀ ଭାରତୀୟ ଜନତା ପାର୍ଟି ପାଇଁ ସଂସ୍କୃତିର ନିମ୍ନତମ ଝଲକ ଅଟେ ।