ଲାଇନଚ୍ୟୁତ ହେଲା ନାଗପୁର-ମୁମ୍ବାଇ ଦୂରନ୍ତୋ ଏକ୍ସପ୍ରେସ !

47

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଟ୍ରେନ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ନାଗପୁର-ମୁମ୍ବାଇ ଦୂରନ୍ତୋ ଏକ୍ସପ୍ରେସ । ମହାରାଷ୍ଟ୍ରର ଟିଟୱାଲାରେ ଆଜି ଭୋରରୁ ଦୂରନ୍ତୋ ଏକ୍ସପ୍ରେସର ପାଂଚଟି କୋଚ୍ ସହ ଟ୍ରେନର ଇଂଜିନ ଲାଇନଚ୍ୟୁତ ହୋଇଛି । ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେତେଜଣ ଆହତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପ୍ରବଳ ବର୍ଷା ଯୋଗୁଁ ରେଳୱେ ଟ୍ରାକ ଉପରେ କାଦୁଅ ଓ ପଥର ଜମା ହୋଇଯାଇଥବା ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣା ହେବାରୁ ବର୍ତ୍ତିିର୍ ଯାଇଛି । ଟ୍ରାକ ଉପରେ କାଦୁଅ ଓ ପଥର ଜମା ହୋଇଥିବା ଦେଖି ଡ୍ରାଇଭର ଜଣକ ବ୍ରେକ ଦେଇ ଟ୍ରେନକୁ ଅଟକାଇ ଦେଇଥିଲେ । ଏହି ଦୁର୍ଘଟଣା ଯୋଗୁଁ ମୁମ୍ବାଇ ଯିବାକୁ ଥିବା ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ବାରମ୍ବାର ଏପରି ଟ୍ରେନ ର୍ଦୁଘଟଣା ପରେ ରେଳବାଇର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

ନିକଟରେ ହୋଇଥିବା ଏକ ବଡ଼ ଟ୍ରେନ ଦୁର୍ଘଟଣା –

ଚଳିତ ମାସ ୧୯ ଅଗଷ୍ଟରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଖତୌଲି ଠାରେ ପୁରୀରୁ ହରିଦ୍ୱାର ଯାଉଥିବା ଉତ୍କଳ କଳିଙ୍ଗ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ୨୪ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଦୁର୍ଘଟଣା ହୋଇଥିବା ଟ୍ରାକରେ ୪ ଦିନ ଧରି ମରାମତି କାର୍ଯ୍ୟ ଚାଲିଥିଲା ଏବଂ କାର୍ଯ୍ୟ ଚାଲୁଥିବା ବେଳେ ଟ୍ରେନ ଆସିବାରୁ ଅଧା ସଜଡା ଅବସ୍ଥାରେ ମରାମତି କାର୍ଯ୍ୟ ଛାଡି ଚାଲି ଯାଇଥିଲେ ରେଳୱେ କର୍ମଚାରୀ । ତେଣୁ ଏପରି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ହୋଇଥିଲା ।

ଏହା ବ୍ୟତୀତ ଚଳିତ ମାସ୨୩ ଅଗଷ୍ଟରେଉତ୍ତରପ୍ରଦେଶର ଔରିୟା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆଜମଗଡରୁ ଦିଲ୍ଲୀ ଯାଉଥିବା କୈଫିୟତ ଏକ୍ସପ୍ରେସ । ଏହି ଦୁର୍ଘଟଣାରେ ପ୍ରାୟ ୭୪ଜଣ ଯାତ୍ରୀ ଆହତ ହୋଇଥିଲେ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫକୁ ନିୟୋଜିତ ହୋଇଥିଲେ । ଡମ୍ପରକୁ ଧକ୍କା ଦେବା ଫଳରେ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା ।