ପୁଣି ନଦୀ ସଂଯୋଗୀକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ସାସଂଦ ନଗେନ୍ଦ୍ର ପ୍ରଧାନ : ସଂଯୋଗୀ କରଣ ହେଲେ ବଦଳିବ ରାଜ୍ୟ ମାନଚିତ୍ର

37

କନକ ବ୍ୟୁରୋ : ଅନେକ ଦିନ ହେଲାଣି ରାଜ୍ୟର ବଡବଡ ନଦୀ ଗୁଡିକୁ କେନ୍ଦ୍ର ସରକାର ସଂଯୋଗୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ସେତେବେଳ ସମୟରେ ରାଜ୍ୟ ସରକାର ଏପରି ପ୍ରସ୍ତାବକୁ ମନା କରିଦେଇଥିଲେ । କହିଥିଲେ ଏହା ଦ୍ୱାରା ରାଜ୍ୟର କ୍ଷତି ହେବ । କିନ୍ତୁ କେନ୍ଦ୍ର ସରକାର କହିଥିଲେ କି ନଦୀ ସଂଯୋଗକରଣ ହେଲେ ସମସ୍ତ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ସହ ମରୁଡି ପଡିଥିବା ଅଞ୍ଚଳ ଗୁଡିକରେ ମଧ୍ୟ ଶସ୍ୟସ୍ୟାମଳା ହୋଇ ପାରିବ । ତେବେ ଏହାକୁ କାର୍ଯକାରୀ କରିବା ପାଇଁ ବିଜେଡିର ସମ୍ବଲପୁର ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ୧୩ ଜଣ ସାଂସଦଙ୍କ ଦ୍ୱାରା ନଦୀ ସଂଯୋଗୀକରଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିକଟରେ ଭିନ୍ନ ଭିନ୍ନ ପ୍ରସ୍ତାବ ଦାଖଲ କରାଯାଇଛି।

 

କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ୱାରା ଲୋକସଭାରେ ଲିଖିତ ଉତ୍ତରରେ କୁହାଯାଇଛି ଯେ ୨୦୧୭ ଜାନୁଆରି ୧ରୁ ୧୩ ଜଣ ସାଂସଦଙ୍କ ଦ୍ୱାରା ନଦୀ ସଂଯୋଗୀକରଣ ପ୍ରସ୍ତାବ ଦିଆଯାଇଛି। ବିଜେଡି ସାଂସଦ ନଗେନ୍ଦ୍ରଙ୍କ ଦ୍ୱାରା ଚଳିତ ବର୍ଷ ମାର୍ଚ୍ଚ ୨୦ରେ ମହାନଦୀ (ହୀରାକୁଦ) ଓ ବ୍ରାହ୍ମଣୀ (ଟିକରା ଏବଂ ରେଙ୍ଗାଲୀ)ର ଜଳକୁ ପରସ୍ପର ସହ ଯୋଡ଼ିବା ସମ୍ପର୍କିତ ପ୍ରସ୍ତାବ ପଠାଯାଇଥିଲା। ତେବେ ଜାତୀୟ ଜଳ ବିକାଶ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ପିଏଫ୍ଆର ଅନୁଯାୟୀ ବୈଷୟିକ ଆର୍ଥିକ ଦୃଷ୍ଟିରୁ ଏହି ପ୍ରସ୍ତାବ ବ୍ୟବହାର୍ଯ୍ୟ ନୁହେଁ ବୋଲି ଦର୍ଶାଯାଇଥିବା କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି। ତେବେ ରାଜ୍ୟରେ ପ୍ରବାହିତ ହେଉଥିବା ନଦୀ ଗୁଡିକ ସହ ଦେଶର ବଡବଡ ନଦୀ ଗୁଡିକର ସଂଯୋଗ ହେଲେ ଅନେକ ମାତ୍ରାରେ ଲାଙ ହୋଇପାରିବ ବୋଲି ନଗେନ୍ଦ୍ର କହିଛନ୍ତି । ତେବେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଥିଲେ ବର୍ତ୍ତମାନ ସମୟରେ ଏହାର କାମ ଆରମ୍ଭ ହୋଇ ସାରନ୍ତାଣି ବୋଲି ବିରୋଧୀମାନେ କହିଛନ୍ତି ।