ନବରଙ୍ଗପୁରରେ ପୁଣି ଏକ ୮ ମାସର ଶିଶୁକନ୍ୟାକୁ ଚେଙ୍କ

47

ନବରଙ୍ଗପୁର : ନବରଙ୍ଗପୁରରେ ପୁଣି ଏକ ୮ ମାସର ଶିଶୁକନ୍ୟାକୁ ଚେଙ୍କ । ଚନ୍ଦାହାଣ୍ଡି ବ୍ଲକ ଲାହାଙ୍ଗାପଡା ଗାଁର ଜଣେ ଶିଶୁ କନ୍ୟା ଥଣ୍ଡା ଜ୍ୱରରେ ପୀଡିତ ଥିବାରୁ ତାକୁ କାଜୁ ମଂଜିକୁ ନିଆଁରେ ତତାଇ ଦିଶାରୀ ଚେଙ୍କ ଦିଆଯାଇଥିବା ଜଣାପଡିଛି । ଚେଙ୍କ ପରେ ଶିଶୁଟି ଅସୁସ୍ଥ ହୋଇପଡିବାରୁ ଉମରକୋଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁ କନ୍ୟାଟି ସେପ୍ଟିସେମିଆ ଓ ନିମୋନିଆରେ ପୀଡିତ ଥିବା ଡାକ୍ତର କହିଛନ୍ତି ।