ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ : ୧୦୫ ବର୍ଷର ବୃଦ୍ଧା ଖୋଲିଦେଲେ ଦେଶର ଆଖି
୧୦୫ ବର୍ଷର କୁଅଁର ବାଈ । ସ୍ୱଚ୍ଛ ଭାରତ ଅଭିଯାନର ମାସ୍କଟ ହେବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ଦିଲ୍ଲୀରେ ହେବାକୁ ଥିବା ସ୍ୱଚ୍ଛତା ଦିବସରେ କୁଅଁର ବାଈଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିବେ । ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ ହେବେ କୁଅଁର ବାଈ।
Kanak News is now on WhatsApp
Join and get latest news updates delivered to you via WhatsApp
ବୟସର ଅପରାହ୍ନରେ ବି କୁଅଁର ବାଈ ଖୁବ୍ ଚଳଚଂଚଳ । ମନରେ ଅନେକ ଜୋଶ୍ । ସମାଜର ଲୋକଙ୍କ ପାଇଁ ଅନେକ ଚିନ୍ତା ଓ ସ୍ୱପ୍ନ । ଯିଏକି ନିଜେ ପାଳିଥିବା ଛେଳିମାନକୁ ବିକ୍ରିକରି ନିଜ ଘରେ ଦୁଇଟି ଶୈାଚାଳୟ ତିଆରି କରିଥିଲେ । ପରେ ଗାଁ ଲୋକଙ୍କୁ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ନିଜ ନିଜ ଘରେ ଏମିତି ଶୈାଚାଳୟ କରିବାକୁ କହିଥିଲେ ଏବଂ ଗାଁରେ ସ୍ତ୍ରୀ ଲୋକଙ୍କ ପାଇଁ କରିଥିଲେ ଶୈାଚାଳୟ । ଖୋଲା ସ୍ଥାନରେ ଶୈାଚ ପାଇଁ କରିଥିଲେ ବାରଣ । ଯାହାଙ୍କ ପାଇଁ ନିଜ ଗାଁ କୋଟାଭରିରେ ଆଜି ମହିଳାମାନେ ଘରେ ଘରେ ଶୈାଚାଳୟ ବ୍ୟବହାର କରୁବାର ସୁବିଧା ପାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଅଁର ବାଈଙ୍କ ଏଭଳି ମହତ କାମରେ ଖୁବ୍ ପ୍ରଭାବିତ ହୋଇଥିଲେ । ଗତ ଫେବ୍ରୁୟାରୀରେ ରାଜନନ୍ଦଗାଁ ( ଛତିଶଗଡ) ଠାରେ ଏକ ରାଲିରେ ମୋଦି କୁଅଁର ବାଈଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ସମ୍ମାନିତ ବି କରିଥିଲେ । ଆଜି ସାରା ଦେଶର ଆଖି ଖୋଲି ଦେଇଛନ୍ତି ଏହି ୧୦୫ ବର୍ଷର ମହିଳା ବୋଲି ମୋଦି ତାଙ୍କୁ ପ୍ରଶଂସାର ସହ କହିଛନ୍ତି । କୁଅଁର ବାଈଙ୍କ ଶୈାଚାଳୟ ଅଭିଯାନ ଦ୍ୱାରା ଲୋକମାନେ ଶୈାଚାଳୟର ମହତ ବୁଝିପାରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –