ବିଦ୍ୟୁତ ତାର ଲାଗି ହୁ ହୁ ହୋଇ ଜଳିଲା ପାଳ ବୋଝେଇ ଗାଡି ! ଜଳନ୍ତା ଗାଡିକୁ ଗାଁ ବାହାରକୁ ନେଇଗଲେ ସାହାସୀ ଡ୍ରାଇଭର

29

କନକ ବ୍ୟୁରୋ : ହୁ ହୁ ହୋଇ ଜଳିଗଲା ଗାଡି । ଗାଁ ବଂଚାଇ ଦେଲେ ଡ୍ରାଇଭର । ବିଦ୍ୟୁତ ତାର ଲାଗି ଜଳି ଯାଇଛି ପାଳ ବୋଝେଇ ୧୦୭ ଗାଡି । ମରଣ ମୁହଁରୁ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭରଙ୍କ ସହ ୩ ଜଣ ଲୋକ । ନବରଙ୍ଗପୁର ଉମରକୋଟ ଅଧିକାରୀଗୁଡା ଗାଁରେ ପାଳ ବୋଝେଇ ୧୦୭ ଗାଡି ଯାଉଥିବା ସମୟରେ ଘରୋଇ ବିଦ୍ୟୁତ ତାର ଛିଣ୍ଡି  ଗାଡିଟି ଉପରେ ଖସିପଡିଥିଲା । ଫଳରେ ଏଥିରେ ନିଅାଁ ଲାଗିଯାଇଥିଲା । ତେବେ ଡ୍ରାଇଭର ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିଟିକୁ ଗାଁ ବାହାରକୁ ନେଇ ଆସିଥିଲେ । ଫଳରେ ଏକ ବଡ ଅଘଟଣରୁ ପାଖାପାଖି ୨୦୦ ଚାଳଘର ବର୍ତିଯାଇଛି ।