ରୋଗୀ ବେଶରେ ଆସି ଡାକ୍ତରଙ୍କ ଘରୁ ଚୋରି ! ବନ୍ଧୁକ ଦେଖାଇ ଲୁଟି ନେଲେ ୪୦ହଜାର ଟଙ୍କା, ସୁନା ଗହଣା ଓ ମୋବାଇଲ

85

କନକ ବ୍ୟୁରୋ : ନବରଙ୍ଗପୁରରେ ଅଭାବନୀୟ ଘଟଣା । ରୋଗୀ ବେଶରେ ଆସି ଡାକ୍ତରଙ୍କୁ ଘରୁ ଲୁଟିଲେ ଦୁର୍ବୃତ୍ତ । ଅଭିଯୋଗ ଅନୁଯାୟୀ ଗତକାଲି ରାତି ସାଢ଼େ ୧୧ଟା ସମୟରେ ଦୁର୍ବୃତ୍ତମାନେ ରୋଗୀ ବୋଲି କହି ନବରଙ୍ଗପୁର-ଇନ୍ଦ୍ରାବତୀ ସହରର ସରକାରୀ ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରେ ପ୍ରବେଶ କରିଥିଲେ । ତାପରେ ବନ୍ଧୁକ ଓ ଛୁରୀ ଦେଖାଇ ୪୦ହଜାର ଟଙ୍କା ୫ତୋଳା ସୁନା ସହ ୪ଟି ମୋବାଇଲ ଲୁଟି ନେଇଥିଲେ । ଏନେଇ ଇନ୍ଦ୍ରାବତୀ ଥାନାରେ ଅଭିଯୋଗ ହୋଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ୍ ।