ନବରଙ୍ଗପୁର : ପୂଜା ଦେଖି ଫେରିବା ବେଳେ ଜାମୁନ୍ଦା କନ୍ୟାଶ୍ରମ ନିକଟରେ ଗଛରେ ପିଟି ହେଲା ବାଇକ୍, ୨ ମୃତ ଜଣେ ଗୁରୁତର

21

କନକ ବ୍ୟୁରୋ : ନବରଙ୍ଗପୁରରେ ଦୁର୍ଘଟଣାରେ ଗଲା ୨ ଜୀବନ । ବାସନ୍ତୀ ପୂଜା ଦେଖି ଫରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ବାଇକ୍ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ବିଶାଖାପାଟଣା ମେଡିକାଲକୁ ପଠାଇ ଦିଆଯାଇଛି ।

ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜାମୁନ୍ଦା କନ୍ୟାଶ୍ରମ ନିକଟରେ ଏକ ଗଛରେ ପିଟି ହୋଇଛି ବାଇକ୍ । ବାସନ୍ତୀ ପୂଜା ଦେଖି ୩ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।