ବାପା ପାଲଟିଲା ନରରାକ୍ଷସ, ସ୍ୱାମୀ ସାଜିଲା ସୈତାନ ! ଭଦ୍ରକ ସାହାସପୁରରେ ପୁଅକୁ କାନ୍ଥରେ ପିଟି ଓ ମାକୁ ଦଉଡିରେ ବେକ ଚିପି ମାରିଲା ନୃଶଂସ ବାପା

35

କନକ ବ୍ୟୁରୋ : ଭଦ୍ରକ ସାହାସପୁରରେ ଚାଂଚଲ୍ୟ । ସ୍ୱାମୀ ସାଜିଲା ସଇତାନ ଆଉ ନିଜ ହାତରେ ପତ୍ନୀର ତଂଟି ଚିପି ମାରିଲା । ଏତିକିରେ ମନ ନବୁଝିବାରୁ ୮ମାସର କୁନି ପୁଅକୁ ମଧ୍ୟ ହତ୍ୟା କରିଛି ନୃଶଂସ ବାପା । ତାପରେ ମାଆ-ପୁଅକୁ ହତ୍ୟା ପରେ ମାଟି ତଳେ ପୋତି ଥିଲା ନୃଶଂସ ବାପା । ଖବର ପାଇ ଅଭିଯୁକ୍ତ ଗିରଫ କରିଛି ପୁଲିସ୍ । ଆଉ ସାଇଂଟିଫିକ୍ ଟିମ୍ ଚଳାଇଛି ତନାଘନା ।

ବାପା ପାଲଟିଲା ନରରାକ୍ଷସ । ସ୍ୱାମୀ ଭାବରେ ସଇତାନ ବନିଲା ଏବଂ ବାପା ହୋଇ ପିଶାଚ ହେଲା । କେହି କଳ୍ୱନା କରିପାରିବ ନାହିଁ ଜଣେ ମଣିଷ ଏଭଳି ନାରକୀୟ କାଣ୍ଡ ଘଟାଇପାରେ । ଘରେ ସାମାନ୍ୟ ଝଗଡାକୁ କେନ୍ଦ୍ର କରି ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ଏହି ନୃଶଂସ ସ୍ୱାମୀ । ଖାଲି ଏତିକି ନୁହେଁ ନିଜ ଜନ୍ମ କଲା ୮ମାସର ପୁଅକୁ ମଧ୍ୟ ଅତି ନିର୍ଦୟ ଭାବେ ହତ୍ୟା କରିଛି ।

ଆଠ ମାସର ପୁଅକୁ ଅତି ନିର୍ଦୟ ଭାବରେ କାନ୍ଥରେ ପିଟି ଦେଇଥିଲା ରାକ୍ଷାସ ବାପା । ଆଉ ଏକା ଥରକରେ କୁନି ପୁଅର ଜୀବନ ଚାଲିଗଲା । ସେହିପରି ମାଆର ବେକକୁ ଦଉଡିରେ ଚିପି ପକାଇ ଥିଲା । ହତ୍ୟା ପରେ ଶବକୁ ଅତି ଯୋଜନା ବଦ୍ଧ ଭାବରେ ଘର ଭିତରେ ମାଟି ତଳେ ପୋତି ଦେଇଥିଲା ଅଭିଯୁକ୍ତ । ପରେ ଘରୁ ଦୁର୍ଗନ୍ଧ ବାହାରିବାରୁ ପୁଲିସକୁ ସୂଚନା ଦେଇଥିଲେ ପଡୋଶୀ । ଖବର ପାଇ ମାଟି ଖୋଳି ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍ ।