ବହୁଭାଷୀ ନାଟ୍ୟ ମହୋତ୍ସବ ପାଇଁ ବଲାଙ୍ଗୀର ଚଳଚଂଚଳ । ଦେଶର ବିଭିନ୍ନ ପ୍ରାନ୍ତରୁ ଜମିଛି ଅନେକ କଳାକାରଙ୍କ ଭିଡ ।

22

କନକ ବ୍ୟୁରୋ : ବଲାଙ୍ଗିରରେ ଆରମ୍ଭ ହେବାକୁ ଥିବା ବହୁଭାଷୀ ନାଟ୍ୟ ମହୋତ୍ସବ ମଠଖାଇ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ସର୍ବଶ୍ରେଷ୍ଠ ନାଟକ ପ୍ରଦର୍ଶିତ ହେବ । ଏଥିପାଇଁ ବଲାଙ୍ଗିରରେ ପହଂଚିଛନ୍ତି ହିନ୍ଦି ଫିଲ୍ମ ତଥା ଥିଏଟର ଅଭିନେତା ରଘୁବୀର ଯାଦବ । ପିପଲି ଲାଇଭ ଫେମ ରଘୁବୀର ଯାଦବ ବଲିଉଡରେ ଅନେକ ଫିଲ୍ମରେ ନଜର ଆସିଥିବାବେଳେ ମଂଚ ନାଟକକୁ ମଧ୍ୟ ଭଲପାଆନ୍ତି । ତେଣୁ ଏଠାରେ ‘ପିଆନୋ’ ନାମକ ଏକ ନାଟକରେ ନଜର ଆସିବେ ରଘୁବୀର ।