ପୁଣି ଅନଶନରେ ମୁକ୍ତିକାନ୍ତ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ଦାବିରେ ରାଉରକେଲା ଆଇଜିଏଚ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ

48

କନକ ବ୍ୟୁରୋ: ଅନଶନରେ ମୁକ୍ତିକାନ୍ତ । ରାଉରକେଲା ଆଇଜିଏଚ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ତାଙ୍କ ସହ ଯୁବ ଜାଗୃତି ମଂଚର ଆବାହକ ଗୋପାଳ ଜେନା ମଧ୍ୟ ଅନଶନରେ ବସିଛନ୍ତି । ଆଇଜିଏଚ ମେଡିକାଲ କଲେଜ୍ ଓ ସୁପର ସ୍ପେସାଲିଟି ହସ୍ପିଟାଲ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ, କୋଏଲ ବ୍ୟାରେଜ୍ ଓ ଆରଜିଏଚକୁ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ଦାବିରେ ଗାନ୍ଧି ଜୟନ୍ତୀରୁ ଅନଶନ ଆରମ୍ଭ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ମୁକ୍ତିକାନ୍ତ । ଯେଉଁଥି ପାଇଁ ପୂର୍ବ ଘୋଷଣା ମୁତାବକ ଗତକାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ଓ ଗୋପାଳ ଜେନା ।

ଉଲ୍ଲେଖ ଥାଉ କି, ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତିର ଦ୍ୱିତୀୟ ବ୍ରାହ୍ଣଣୀ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ, ମେଡିକାଲ କଲେଜରେ ରୂପାନ୍ତର ପ୍ରସଙ୍ଗ ଓ ମୁଖାମନ୍ତ୍ରୀ ନବୀନ ପଟ୍ଟନାୟକ କଥା ଦେଇଥିବା କୋଏଲ ବ୍ୟାରେଜ ସହ ବାଲୁଘାଟ ଆରଏମସି ମାକେଟ କମ୍ପେ୍ଲକ୍ସ , କୁାରମୁଣ୍ଡା ମେଡିକାଲ କଲେଜ ପ୍ରକଳ୍ପ ଧୂଆଁବାଣ ପାଲଟିଛି । ରାଉରକେଲାବାସୀଙ୍କ ଦୀର୍ଘଦିନର ଆଶା ଏଓ ଆବେଗ ସହ ଜଡିତ ଏସବୁ ପ୍ରକଳ୍ପରେ ଉଭୟ ରାଉରକେଲାବାସୀଙ୍କ ଅଂଟା ଭିଡିଛନ୍ତି ।

ଏପରିକି ବିରୋଧୀ କଂଗ୍ରେସ ମଧ୍ୟ ରାଉରକେଲାର ସ୍ୱାର୍ଥକୁ ଉପେକ୍ଷା କରିଛି ବୋଲି ମୁକ୍ତିକାନ୍ତ ବିଶ୍ୱାଳ ଓ ଯୁବ ଜାଗ୍ରୁତି ମଂଚର ଆବାହକ ଗୋପାଳ ଜେନା ସିଧାସଳଖ ଅଭିଯୋଗ କରିବା ସହ ଗତକାଲିଠୁ ଏହାର ପ୍ରତିବାଦରେ ଆଇଜିଏଚ ଆଗରେ ଅନିଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି ।