ଅମ୍ବାନୀଙ୍କ ‘ଦିୱାଲୀ’ ଉପହାର ! ମାତ୍ର ୨୦ ଟଙ୍କାରେ ଦେଖନ୍ତୁ ମାସ ସାରା ଟିଭି, ଆସିବ ଶହେରୁ ଅଧିକ ଏଚଡି ଚ୍ୟାନେଲ

65

ଭାରତୀୟ ଟେଲିକମ ବଜାରରେ ଯେବେଠାରୁ ରିଲାଏନ୍ସ ପାଦ ଥାପିଛି, ସେବେଠୁ ଇଂଟରନେଟର ଦାମ ବହୁତ ଶସ୍ତା ହୋଇଯାଇଛି । କହିବାକୁ ଗଲେ ତ ବର୍ତ୍ତମାନ ସମୟରେ ଇଂଟରନେଟର ମୂଲ୍ୟ ଗୋଟିଏ କପ ଚାହା ସହ ବି ସମାନ । ସେହିପରି ଜିଓକୁ ଦେଖି ବାକି ଟେଲିକମ କଂପାନୀଗୁଡିକ ମଧ୍ୟ ଇଂଟରନେଟର ଦାମ ଅପେକ୍ଷାଠାରୁ ଅଧିକ ଶସ୍ତା କରିଦେଲେଣି । ତେବେ ଶସ୍ତା ଇଂଟରନେଟ କାରଣରୁ ଅନଲାଇନ ଟିଭି ଏବଂ ଭିଡିଓଗୁଡିକର ଷ୍ଟ୍ରିମିଂରେ ବହୁତ ଲାଭ ମିଳୁଛି । ବର୍ତ୍ତମାନ ସମୟରେ ଅଧିକାଂଶ ଇଂଟରନେଟ ୟୁଜର୍ସ ଅନଲାଇନ ଟିଭି ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ଇଂଟରନେଟରେ ବହୁତ ସାରା ଆପ୍ ମଧ୍ୟ ଉପଲବ୍ଧ ହେଉଛି, ଏଥିରେ ବହୁତ କମ ଦାମରେ ଏଚଡି କ୍ୱାଲିଟିର ଟିଭି ଚ୍ୟାନେଲଗୁଡିକ ଉପଲବ୍ଧ କରାଯାଉଛି ।

ଯଦି ଆପଣ ଜିଓ ବ୍ୟବହାର କରୁଛନ୍ତି, ତେବେ ଆପଣ ବିନା କୌଣସି ଶୁଳ୍କରେ ଅର୍ଥାତ୍ ମାଗଣାରେ ଜିଓ ଟିଭି ଆପରୁ ୧୦୦ରୁ ଅଧିକ ଏଚଡି ଚ୍ୟାନେଲ ଦେଖିବାର ଲାଭ ଉଠାଇପାରିବେ । ହେଲେ ଅନ୍ୟ କଂପାନୀର ଗ୍ରାହକଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିଥାଏ । ଇଂଟରନେଟରେ ଅନଲାଇନ ଟିଭି ଦେଖିବା ପାଇଁ ହେଲେ ଡିଟ୍ଟୋ ଟିଭି ଆପ ଏବଂ ୱେବସାଇଟ୍ ବହୁତ ଗୁଣରେ ଭଲ ବୋଲି କୁହାଯାଉଛି ।

ଡିଟ୍ଟୋ ଟିଭି ଦ୍ୱାରା ଆପଣ ବାର୍ଷିକ କେବଳ ୧୭୦ ଟଙ୍କା ଏବଂ ୨୦ ଟଙ୍କା ପ୍ରତିମାସ ଶୁଳ୍କ ବାବଦକୁ ଦେଇ ସମସ୍ତ ଏଚଡି ଚ୍ୟାନେଲ ଦେଖିପାରିବେ । ତେବେ ଏହି ସୁବିଧାର ଲାଭ ଆପଣ କମ୍ପ୍ୟୁଟର, ମୋବାଇଲ, ଏବଂ ସ୍ମାର୍ଟ ଟିଭି କିମ୍ବା କୌଣସି ବି ଡିଜିଟାଲ ଡିଭାଇସରେ ଉଠାଇପାରିବେ । ଏହାଛଡା ଆପଣ ଏହାଠାରୁ ବି ଶସ୍ତା ଅର୍ଧବାର୍ଷିକ ଏବଂ ସପ୍ତାହିକ ପ୍ଲାନଗୁଡିକର ଲାଭ ମଧ୍ୟ ଉଠାଇପାରିବେ ।