ମୁଖ୍ୟମନ୍ତ୍ରୀଙ୍କ ଭଣଜାଙ୍କୁ ବାନ୍ଧିଲା ଇଡି: ବ୍ୟାଙ୍କ ଠକେଇ ଅଭିଯୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଣଜା ରତୁଲ ପୁରୀ ଗିରଫ

କମଳନାଥ କହିଲେ ତାଙ୍କ ବ୍ୟବସାୟ ସହ ନାହିଁ କୌଣସି ସମ୍ବନ୍ଧ

751

କନକ ବ୍ୟୁରୋ: ବ୍ୟାଙ୍କ ଦୁର୍ନିତୀ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭରଜା ରତୁଲ ପୁରୀଙ୍କୁ ଗିରଫ କରାଯାଇଛି । ଆଜି ସକାଳୁ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ତାଙ୍କୁ ଗିରଫ କରିଛି । ଏହି ମାମଲାରେ ସିବିଆଇ ଗତ ଶନିବାର ମାମଲା ରୁଜୁ କରିଥିଲା । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ୩୫୪.୫୧କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି ।

ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଛି । ରତନ ପୁରୀଙ୍କ ଗିରଫଦାରି ଉପରେ କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି ମୋଦି ସରକାର ସରାକାରୀ ତଦନ୍ତ ସଂସ୍ଥାଗୁଡିକର ମିସ ୟୁଜ କରୁଛନ୍ତି । ସେପଟେ କମଳନାଥ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋର ରତୁଲଙ୍କ ବ୍ୟବସାୟ ସହ କୌଣସି ମତଲବ ନାହିଁ । ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ମଧ୍ୟ ରତୁଲ ପୁରୀ ତଦନ୍ତଘେରରେ ଅଛନ୍ତି । ରତୁଲ ପୁରୀ ତାଙ୍କ କମ୍ପାନୀ ଜରିଆରେ ବେଆଇନ ଭାବେ ଲାଂଚ ନେବାର ଅଭିଯୋଗ ରହିଛି । ହେଲେ ଏହି ମାମଲାରେ ରତୁଲଙ୍କୁ ଆଗୁଆ ଜାମିନ ମଧ୍ୟ ମିଳିଛି ।