ଶିକ୍ଷା ଆଗରେ ହାର ମାନିଲା ବୟସ ! ଏକାସାଙ୍ଗରେ ମାଟ୍ରିକ ପରୀକ୍ଷା ଦେଲେ ମା’ ଓ ପୁଅ , ଜାଣନ୍ତୁ କେଉଁଠି

63

ପୁଅ ସହ ବସି ମାଟ୍ରିକ୍ ପରୀକ୍ଷା ଦେଲେ ମାଆ । ଶିକ୍ଷାଲାଭର କୌଣସି ବୟସ ନଥାଏ, ଏହା ପୁଣିଥରେ ପ୍ରମାଣିତ ହୋଇଛି ପଂଜାବର ଲୁଧିଆନାରେ । ୪୫ ବର୍ଷୀୟା ରଜନୀବାଳା ନିଜ ପୁଅ ସହ ବସି ଦେଇଛନ୍ତି ଦଶମ ବୋର୍ଡ ପରୀକ୍ଷା । ୧୯୮୯ ମସିହାରେ ରଜନୀ ୯ମ ଶ୍ରେଣୀ ପାସ୍ କରିଥିଲେ । ତେବେ ପାରିବାରିକ ଜଂଜାଳ ଯୋଗୁ ସେ ଦଶମ ବୋର୍ଡ ପରୀକ୍ଷା ନଦେଇ ପାଠ ପଢ଼ାରେ ଡୋରି ବାନ୍ଧିଥିଲେ । ଏହାଭିତରେ ତିନୋଟି ସନ୍ତାନର ଜନନୀ ହେବା ପରେ ପୁଣିଥରେ ବୋର୍ଡ ପରୀକ୍ଷା ଦେବାକୁ ମନ ବଳାଇଥିଲେ ସେ । ସ୍ୱାମୀ ଓ ଶାଶୁ ଶିକ୍ଷା ପୁରା କରିବାକୁ ସବୁବେଳେ ପ୍ରେରଣା ଦେଇଆସୁଥିବା ବେଳେ ରଜନୀ ବୋର୍ଡ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ । ଏପରିକି ଶାଶୁ ପାଠ ପଢିନଥିଲେ ମଧ୍ୟ ତାଙ୍କୁ ଦଶମ ପାଠ ଶେଷ କରିବାକୁ ପ୍ରେରଣା ଦେଇଥିଲେ ।

ଏହାପରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଶେଷକୁ ପୁଅ ସହ ବସି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏପରିକି ପୁଅ ସହ ମିଶି ସ୍କୁଲ ମଧ୍ୟ ଯାଉଥିଲେ ରଜନୀ । ଆଉ ଏଥିରେ ତାଙ୍କ ସ୍ୱାମୀ ସହଯୋଗ କରିଥିଲେ । ଲୁଧିଆନା ଲାଜୱନ୍ତୀ ସିନିଅର ସେକେଣ୍ଡାରୀ ସ୍କୁଲରେ ତାଙ୍କ ପାଇଁ ଗ୍ରହଣ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଆଗକୁ ରଜନୀ ବିଏ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି । ରଜନୀଙ୍କ ଶିକ୍ଷାପ୍ରତି ନିଷ୍ଠା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ବନିଛି ।