ଜୀବନ ବଂଚାଇବାକୁ ଜୀବନ ଲାଗେ ବାଜି ! ଔଷଧ ପରୀକ୍ଷଣର ସାଂଘାତିକ୍ ସତ

56

ମଣିଷଜାତି ପାଇଁ ବିଜ୍ଞାନର ସବୁଠାରୁ ବଡ ଉପହାର ଏବଂ ଆଶୀର୍ବାଦ ହେଉଛି ଔଷଧ । କାରଣ ଔଷଧ ବିନା ମଣିଷ ଜୀବନ କଳ୍ପନା କରିବା ମଧ୍ୟ ଅସମ୍ଭବ । ତେବେ ଏହି ଔଷଧ ତିଆରି ପ୍ରକ୍ରିୟା ପ୍ରାୟ କେହି ଜାଣି ନଥାନ୍ତି । କେଉଁ କେମିକାଲ୍ କାହା ଉପରେ କେମିତି କାମ କରେ, ତାହା କିପରି ଜଣା ପଡେ । ନିଶ୍ଚିତ ଭାବରେ ଏହାର ଏକ ମାତ୍ର ବାଟ ହେଉଛି ଏକ୍ସପେରିମେଂଟ୍ ।

କିନ୍ତୁ କଣ ଆପଣ ଜାଣନ୍ତି, ଆରମ୍ଭରେ ଏହି ପରୀକ୍ଷଣ ମଣିଷ ମାନଙ୍କ ଶରୀରରେ କରାଯାଉଥିଲା । ଆଉ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଏହି କାମ ସବୁଠାରୁ ବେଶି ଓ ଅତ୍ୟନ୍ତ ନିଷ୍ଠୁରତାର ସହ କରାଯାଉଥିଲା । ଏବେ ଜାଣନ୍ତୁ ଦୁନିଆର କିଛିି ଲୋମଟାଙ୍କୁରା ଓ ଭୟାନକ ପରୀକ୍ଷଣ ।

୧୯୬୦ରେ କାର୍ଲିଫର୍ଣ୍ଣିଆର ୟୁନିଭର୍ସିଟିରେ ବ୍ଲଡ୍ ପ୍ରେସର୍ ଓ ବ୍ଲଡ୍ ଫ୍ଲୋ ଉପରେ ପରୀକ୍ଷା ଆରମ୍ଭ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପରୀକ୍ଷଣ ପାଇଁ ପ୍ରଥମେ ୧୧୩ ଜଣ ନବଜାତ ଶିଶୁଙ୍କୁ ନିଆଯାଇଥିଲା ଯେଉଁମାନଙ୍କ ବୟସ ୧ ଘଂଟାରୁ ୩ ଦିନ ଥିଲା । ଏମାନଙ୍କ ମଧ୍ୟରୁ କିଛି ପିଲାଙ୍କୁ ପୁରା ଥଣ୍ଡା ପାଣିରେ ରଖା ଗଲା ଆଉ କିଛି ପିଲାଙ୍କୁ ଓଲଟା ରଖି ସେମାନଙ୍କ ରକ୍ତ ପ୍ରବାହକୁ ମୁଣ୍ଡ ଆଡକୁ କରାଗଲା । ଏହି ପରୀକ୍ଷାରେ ପ୍ରାୟ ୫୦୦ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ପରୀକ୍ଷଣର ରେଜଲ୍ଟ ପ୍ରକାଶ କରା ଯାଇନଥିଲା ।

ସବୁଠାରୁ ଭୟାନକ ଓ କ୍ରୁର ସାଇକୋଲୋଜିକାଲ୍ ଏକ୍ସପେରିମେଂଟ୍ କରାଯାଇଥିଲା ଏମ୍ପିରିୟଲ୍ ଜାପାନର ୟୁନିଟ୍ ୭୩୧ ଲ୍ୟାବରେ । ଏହି ପରୀକ୍ଷାରେ ଲୋକମାନଙ୍କ ଉପରେ ଜବରଦସ୍ତ ବନ୍ଧ୍ୟାକରଣ , ଗର୍ଭପାତ, ହୃଦଘାତ ଆଦି ପ୍ରୟୋଗ କରାଯାଇଥିଲା । ଏହା ସହ ଶତାଧିକ ଚୀନି ଏବଂ ଋଷିୟ ଲୋକମାନଙ୍କ ଶରୀରରେ ହଇଜା ଓ ଆନ୍ଥ୍ରାକ୍ସ ଭଳି ରୋଗର ଜୀବାଣୁ ଭର୍ତ୍ତି କରାଗଲା । ସେହିପରି କିଛି ଲୋକଙ୍କ ଶରୀରରୁ ଅଙ୍ଗ ଗୁଡିକ କାଟି ପୁଣି ଥରେ ଲଗାଯାଉଥିଲା ତ କିଛି ଜଣଙ୍କ ଉପରେ ଗ୍ରେନେଡ୍ ଟେଷ୍ଟ୍ କରାଯାଉଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରକ୍ରିିୟାରେ ପ୍ରାୟ ୧୦୦୦୦ ଲୋକଙ୍କ ଜୀବନ ନେଇଥିଲା । ତେବେ ଏହାର ମୁଖ୍ୟ ଅଭିଯୁକ୍ତ ସୋରୀ ଇସିଙ୍କୁ ୟୁଏସ୍ ଦ୍ୱାରା ରିସର୍ଚ୍ଚ ବଦଳରେ କ୍ଷମା କରିଦିଆଯାଇଥିଲା ।

୧୯୫୦ରେ ବେଲବ୍ରୁକ୍ ଷ୍ଟେଟ୍ ସ୍କୁଲ୍ ମାନସିକ ବିକାରଗସ୍ତ ପିଲା ମାନଙ୍କ ପାଇଁ ଖୋଲା ଯାଇଥିଲା । ସେତେବେଳେ ଆର୍ମିରେ ହେପାଟାଇଟିସ୍ ବି ର ଲକ୍ଷଣ ଦେଖିବାକୁ ମିଳିଥିଲା । ଏହି ରୋଗ ଭଲ କରିବା ପାଇଁ ଏକ ଟିକାର ଆବଶ୍ୟକତା ଥିଲା । ତେଣୁ ଡାକ୍ତର ସୋଲ୍ କ୍ରୁଗମେନଙ୍କୁ ଏହି ସ୍କୁଲକୁ ଡକା ଯାଇଥିଲା । ଯିଏ ପରୀକ୍ଷା କରିବା ପାଇଁ ଏହି ପିଲାମାନଙ୍କ ଶରୀରରେ ଜୋର୍ କରି ହେପାଟାଇଟିସ୍ ବି ଭାଇରସ୍ ଇଞ୍ଜେକ୍ଟ କରିଥିଲେ ।

ସାଉଥ୍ ଆଫ୍ରିକାର ଅପରର୍ଥେଡ୍ ଏରା ସମୟରେ ସମଲିଙ୍ଗୀମାନଙ୍କୁ ଡଃ ଅବ୍ରୋ ଲେବିନଙ୍କ ପାଖରେ ଛାଡି ଦିଆ ଯାଉଥିଲା । ଆର୍ମିରେ ସାଇକୋଲୋଜିଷ୍ଟ୍ ଥିବା ଲେବିନ୍ କହୁଥିଲେ ସମଲିଙ୍ଗୀ ସଂପର୍କ ଏକ ରୋଗ ଏବଂ ଏହାର ଚିକିତ୍ସା ସେ କରି ପାରିବେ । ତେଣୁ ଏପରି ଲୋକଙ୍କୁ ହାଇ କରେଂଟ୍ ଦେଇ ଚିକିତ୍ସା କରୁଥିଲେ । ଯାହା ଦ୍ୱାରା ଅନେକଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ନାଜିର ବୈଜ୍ଞାନିକ ଦେଖିବାକୁ ଚାହୁଁଥିଲେ ଯୁଦ୍ଧରେ ଆହତ ସୈନିକ ମାନଙ୍କ ବ୍ୟବହାର କିପରି । ସେଥିପାଇଁ ସେ ପରୀକ୍ଷା କରିବାକୁ ସବଜେକ୍ଟକୁ ପ୍ରଥମେ ଜବରଦସ୍ତ ଆହତ କରୁଥିଲେ ଏବଂ ତାପରେ ସେମାନଙ୍କ ଘା’ ଉପରେ ଇଞ୍ଜେକସନ୍ ଦିଆ ଯାଉଥିଲା ।

ଏପରି ପରୀକ୍ଷା ନାଁରେ ନାଜି ବୈଜ୍ଞାନିକମାନେ କିଛି କମ୍ ଅପରାଧ କରି ନାହାଁନ୍ତି । ସେମାନଙ୍କ କ୍ରୁରତାର ତାଲିକା ଅନେକ ଲମ୍ବା । ଯାଆଁଳା ପିଲାଙ୍କୁ ନେଇ ଡଃ ଯୋସେଫ୍ ମେଙ୍ଗେଲ୍ ଏତେ ପାଗଳ ଥିଲେ ଯେ , କିଛି ଯାଆଁଳା ପିଲାଙ୍କୁ ସିଲେଇ କରି ଜବରଦସ୍ତ ଜୋଡି ଦେଲେ । ଆଉ ସେ ପର୍ଯ୍ୟନ୍ତ ସେମାନଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଗଲା ଯେପର୍ଯ୍ୟନ୍ତ ସେମାନଙ୍କ ମୃତ୍ୟୁ ହୋଇ ଯାଇନଥିଲା ।

ସେହିପରି ଖାଇବା ଏବଂ ଚିକିତ୍ସା ନାଁରେ କିଛି ବାସହୀନ ଆଫ୍ରିକି ଆମେରିକାନଙ୍କ ଉପରେ ପେନସିଲିନର ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରାୟ ୬୦୦ ଲୋକଙ୍କ ଶରୀରରେ ଜବରଦସ୍ତ ସିଫିଲିସ୍ ବେମାରୀର ଭାଇରସ୍ ଇଞ୍ଜେକ୍ଟ୍ କରାଯାଇଥିଲା । ଏପରିକି ଏହି ରୋଗ ବ୍ୟାପିବା ପରେ ମଧ୍ୟ ସେମାନଙ୍କ ଚିକିତ୍ସା କରାଯାଇନଥିଲା ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ନିଉକ୍ଲିୟର୍ ରିସର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଆଗଲା । ତେଣୁ ପ୍ରାୟ ୮୨୯ ଜଣ ଗର୍ଭବତୀ ମହିଳାଙ୍କ ଖାଦ୍ୟରେ ରେଡିଓଆକ୍ଟିଭ୍ ପଦାର୍ଥ ମିଶାଇ ଦିଆଯାଇଥିଲା । ଯାହାକୁ ଖାଇବା ପରେ କିଛି ପିଲା ଜନ୍ମ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ଆଉ କିଛି ପିଲାଙ୍କୁ ପରେ କ୍ୟାନ୍ସର୍ ହୋଇଗଲା । ଏବଂ ପରେ ସେମାନଙ୍କ ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।