ନିଜର ସ୍ମାର୍ଟଫୋନ ବ୍ୟବହାର କରି ମଶାଙ୍କ ଦାଉରୁ ରକ୍ଷାପାଇପାରିବେ ! ଜାଣନ୍ତୁ ଏହାର ତରିକା

94

 ଆପଣ ଭଲ ନିଦରେ ଶୋଇଛନ୍ତି ଓ ଆପଣ କାନରେ ଯଦି ମଶାଙ୍କର ଶବ୍ଦ ଶୁଣାଯାଏ ତ ନିଦ ଭାଂଗିଯାଏ । ଏଥିରେ ବିରକ୍ତି ତ ନିଶ୍ଚୟ ହେବେ । ହେଲେ କିଛି ବି କରିପାରିବେ ନାହିଁ । ଏମିତି ଅବସ୍ଥା ସମସ୍ତଙ୍କ ଠାରେ ଦେଖାଯାଏ । ମଶା ଘଉଡାଇବା ପାଇଁ ସବୁ ଉପାୟ ତ କରିସାରିଥିବେ । ଏବେ ବାଧ୍ୟ ହୋଇ କମ୍ବଳ ଭିତରେ ଶୋଇବା ଛଡା ଆଉ କିଛି ଉପାୟ ନାହିଁ । କିନ୍ତୁ କେତେବେଳ ଯାଏ ମଶା ଦାଉରୁ ରକ୍ଷା ପାଇଁ କମ୍ବଳ ତଳେ ଶୋଇରହିବେ ।

ଆପଣଙ୍କୁ ଏକ ଭଲ ଉପାୟ ବତାଉଛୁ ଯାହାର ବ୍ୟବହାରରେ ଆପଣ ମଶା ଦାଉରୁ ସହଜରେ ରକ୍ଷା ପାଇପାରିବେ । ଏହି ଉପାୟଟି ଜନସତ୍ତା ନ୍ୟୁଜରେ ପ୍ରକାଶିତ ହୋଇଛି । ନିଜର ସ୍ମାର୍ଟଫୋନରେ ଏହି କାମ କରିପାରିବେ । ଏଥିପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏହା ଏକ ଫ୍ରି ମୋବାଇଲ୍ ଆପ୍ । ଯେତେବେଳେ ଆପଣ ଶୋଇବେ , ସେତେବେଳେ ଏହି ଆପ୍ କୁ ଆକ୍ଟିଭ୍ କରିବେ । ଏହା ମଶାକୁ ଆପଣଙ୍କ ପାଖକୁ ଆସିବାକୁ ଦେବନି । ଏହି ଆପ୍ କୁ ଯେତେବେଳେ ମଶାଙ୍କୁ ଘଉଡେଇବାକୁ ଆକ୍ଟିଭେଟ୍ କରିବେ ତ ଏଥିରୁ ଏକ ସାଉଣ୍ଡ ବାହାରିବ । ଯାହା ମଶାଙ୍କୁ ଘଉଡାଇଦେବ ।
ଆସନ୍ତୁ ଜାଣିବା ଏହି ଆପ୍ ବିଷୟରେ –
Hertzier-high frequency prank – ଏହା ଏକ ମଶା ଘମଡେଇବା ଆପ୍ । ଏହାକୁ ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଛନ୍ତି । ଏହାକୁ ବ୍ୟବହାର କରିବା ବହୁତ ସହଜ । ଏହି ଆପ୍ ଆପଣଙ୍କ ଫୋନରେ ଅଧିକ ସ୍ପେସ୍ ମଧ୍ୟ ନେବନାହିଁ । ଏହା ୫.୪ ଏମବିର ଅଟେ ।

Anti Mosquito Sound Prank –   ଗୁଗଲ ପ୍ଲେ ଷ୍ଟୋରରେ ୩.୮ ରେଟିଂ ପାଇଥିବା ଏହି ଆପ୍ ଟି ଏବେ ସୁଦ୍ଧା ୧୦ ଲକ୍ଷ ରୁ ଅଧିକ ଲୋକ ନିଜର ଫୋନରେ ଇନଷ୍ଟାଲ୍ କରିସାରିଛନ୍ତି । ଏହି ଆପ୍ କୁ ନଭେମ୍ବର ମାସରେ ଅପଡେଟ୍ କରାଯାଇଚି । ଏହି ଆପ୍ କେବଳ ୪.୦୮ ଏମବିର ଅଟେ । ଏହାକୁ ନିଜ ଫୋନରେ ସହଜରେ ଇନଷ୍ଟାଲ କରି ମଶା ଘମଡେଇପାରିବେ ।