ଚାଷୀଙ୍କ ଜମିରେ ଧାନ କାଟିଲେ ସରପଂଚ ! ବର୍ଷା ଭୟରେ ଆତଙ୍କିତ ଚାଷୀଙ୍କୁ ବଢ଼ାଇଲେ ସହାୟତାର ହାତ

47

କନକ ବ୍ୟୁରୋ : ଚାଷୀ ଜମିରେ ଧାନ କାଟିଲେ ସରପଂଚ । କେବଳ ପଂଚାୟତ ଅଫିସରେ ନବସି, ବର୍ଷା ଭୟରେ ଆତଙ୍କିତ ଚାଷୀଙ୍କୁ ସହାୟତାର ହାତ ବଢାଇଛନ୍ତି ସରପଂଚ । ଭାଗଚାଷୀ ଜମିରେ ଧାନ କାଟି ଚର୍ଚ୍ଚାରେ ଆସିଛନ୍ତି ପିପିଲି ବ୍ଲକ ତେଇସିପୁର ପଂଚାୟତର ସରପଂଚ ।

ଚାଷୀଙ୍କୁ ସାହାଯ୍ୟର ହାତ ବଢାଇଲେ ସରପଂଚ । ଭାଗଚାଷୀଙ୍କ ଜମିରେ ଧାନ କାଟିଲେ, ବାନ୍ଧିଲେ ଓ ଗଦା କଲେ ପୁରୀ ଜିଲ୍ଲା ପିପିଲି ବ୍ଲକ ତେଇସିପୁର ପଂଚାୟତର ସରପଂଚ ନରେନ୍ଦ୍ର ଦାସ । ବର୍ଷାକୁ ନେଇ ଆତଙ୍କିତ ଭାଗଚାଷୀ ଜୟକୃଷ୍ଣ ରାଉତ ନିଜ ସ୍ତ୍ରୀ ଓ ଝିଅଙ୍କୁ ଧରି ଧାନ କାଟୁଥିବା ବେଳେ ଜମିରେ ପହଂଚିଥିଲେ ନରେନ୍ଦ୍ର । ଧାନକୁ ଯଥାଶିଘ୍ର ଅମଳ କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସରପଂଚ ବାବୁ ପରାମର୍ଶ ଦେବା ବେଳେ ଜୟକୃଷ୍ଣ ତାଙ୍କ ସମସ୍ୟା ବାବଦରେ ଜଣାଇଥିଲେ ।

ଟଙ୍କା ଅଭାବରୁ ମଜୁରିଆ ମିଳୁନଥିବାରୁ ପିଲା ଛୁଆଙ୍କ ଧରି ପରିଶ୍ରମ ଅମଳ କରୁଥିବା କହିଥିଲେ ଭାଗଚାଷୀ ଜୟକୃଷ୍ଣ । ଜୟଙ୍କ ଠାରୁ ତାଙ୍କ ସମସ୍ୟା ଶୁଣିବା ପରେ ନିଜେ ସରପଂଚ ନରେନ୍ଦ୍ର ଓ ତାଙ୍କ ସମର୍ଥକ ଜୟଙ୍କ ଜମିରୁ ଧାନ କାଟି ତାକୁ ସୁରକ୍ଷିତ ରଖିବା ପାଇଁ ଗଦା କରିଥିଲେ । ଅନେକ ସମୟରେ ଲୋକ ପ୍ରତିନିଧି ମାମେ କେବଳ ନିର୍ବାଚନ ସମୟରେ ଲୋକଙ୍କ ମିଠା ମିଠା ପ୍ରତିଶ୍ରୁତି ଦେଇ ଅନ୍ୟ ସମୟରେ ଲୋକଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବା ବେଳେ ୨୩ ପୁର ପଂଚାୟତର ସରପଂଚ ସୃଷ୍ଟି କରିଛନ୍ତି ଏକ ନିଆରା ପରିଚୟ ।