ଓଡିଶାରେ ଆରମ୍ଭ ହେଲା ମୌସୁମୀ ବର୍ଷା ! ପାଣିପାଗ କେନ୍ଦ୍ରର ଆକଳନ, ଦୁଇ ଦିନ ପରେ ବଢିବ ବର୍ଷା

171

କନକ ବ୍ୟୁରୋ : ଓଡିଶା ଉପକୂଳ ଛୁଇଁଲା ମୌସୁମୀ । ମୌସୁମୀର ଆଗମନରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଛି । ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହ ଦୁଇ ଦିନ ପରେ ବର୍ଷାର ପ୍ରଭାବ ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଆନୁସାରେ ଚଳିତ ବର୍ଷ ମୌସୁମୀ ସମୟରେ ଭଲ ବର୍ଷା ହେବ ।