ମନ୍ଦିରକୁ ମାଙ୍କଡ ମନା ! ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରରେ ବଢିଛି ମାଙ୍କଡଙ୍କ ପାର୍ଦୁଭାବ

51

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରରେ ଦିନକୁ ଦିନ ମାଙ୍କଡଙ୍କ ସଂଖ୍ୟା ବଢିବା ସହିତ ଉପଦ୍ରବ ବଢିବାରେ ଲାଗିଛି । ପ୍ରତିଦିନ ମାଙ୍କଡଙ୍କ ଦୌରାତ୍ମ୍ୟର ଶିକାର ହେଇଛନ୍ତି ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ । ଗତ କିଛିଦିନ ତଳେ ସୂର୍ଯ୍ୟମନ୍ଦିର ପରିସରରେ ୬ ଜଣ ପଯ୍ୟଟକଙ୍କୁ ମାଙ୍କଡ କାମୁଡି କ୍ଷତାକ୍ତ କରିଥିଲା ।

ଅନ୍ୟପଟେ ପୁରୀ ଜିଲ୍ଲାର ନିମାପଡା, ଅସ୍ତରଙ୍ଗ ଏବଂ କୋଣାର୍କ ଆଦି ଅଂଚଳରେ ମାଙ୍କଡ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ତେବେ କୋଣାର୍କ ସୂଯ୍ୟ ମନ୍ଦିର, ପୁରୀ ପୌରାଚଂଳ ସମେତ ଜିଲ୍ଲାର ୬୪ ଟି ଇଲାକାର ମାଙ୍କଡ ମରା ଯିବ ।