ଚିନ୍ତାରେ ଚିନାବାଦାମ ଚାଷୀ ! ଅଭାବୀ ବିକ୍ରି ଯୋଗୁଁ ପୋକ ଲାଗି ନଷ୍ଟ ହେବାକୁ ବସିଲାଣି ଶହ ଶହ ବସ୍ତା ଚିନାବାଦାମ

42

କନକ ବ୍ୟୁରୋ : ଚିନା ବାଦାମର ଅଭାବୀ ବିକ୍ରି । ପୋକ ଲାଗି ନଷ୍ଟ ହେବାକୁ ବସିଲାଣି କ୍ୱିଂଟାଲ କ୍ୱିଂଟାଲ ଚିନାବାଦାମ । ଚିନାବାଦମର ଅଭାବୀ ବିକ୍ରି ଯୋଗୁ ପୁରୀ କଣାସ ସାନଗଡପୁଟ ପଂଚାୟତରେ ଚାଷୀ ଏବେ ଚିନ୍ତାରେ । ଗଦା ହୋଇ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଚିନାବାଦାମ । ଧାର କରଜ କରି ବିହନ କିଣି ଚାଷୀ ବହୁ କଷ୍ଟରେ ଚିନା ବାଦାମ ଚାଷ କରିଥିଲେ । ଏହି ଚିନାବାଦାମ ଚାଷ କରି ପରିବାରର ଗୁଜରାଣ ମେଣ୍ଟାଉଥିଲା ଚାଷୀ । କିନ୍ତୁ ଏବେ ଚିନା ବାଦାମର ଅଭାବୀ ବିକ୍ରି ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ଚିନାବାଦାମର ଅଭାବୀ ବିକ୍ରି ନେଇ ବିଧାୟକଙ୍କଠାରୁ ଆରମ୍ଭକରି ଜିଲ୍ଲାପାଳ ସମସ୍ତ ଦୃଷ୍ଟି ଆକðଷଣ କରାଯାଇଥିଲେ ବି କିଛି ଫଳ ମିଳୁନି ।ଅମଳ ହୋଇଥିବା ବାଦାମ ବିକ୍ରି ହୋଇନପାରି ଗଦା ହୋଇପଡିରହିଥିବାରୁ ଚାଷୀ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।

ରାଜ୍ୟରେ ସରକାର ବିଭିନ୍ନ ଯୋଜନା ପରେ ଯୋଜନା କରୁଛନ୍ତି । ଏପରିକି ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁଁ ରାଜ୍ୟ ସରକାରଙ୍କୁ କୃଷି କର୍ମଣ ପୁରସ୍କାର ମଧ୍ୟ ମିଳିଛି । କିନ୍ତୁ ଚାଷୀଙ୍କ ଅବସ୍ଥା କହିଲେ ନ ସରେ । ଏଥିପାଇଁ ରାଜ୍ୟରେ ଅନେକ ସମୟରେ ଚାଷୀ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ଏହାପରେ ସରକାରୀ ବାବୁ ଚାଷୀ ମୃତ୍ୟୁର ତଦନ୍ତ ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଚାଷୀଙ୍କ ପାଇଁ ଫଳ ଶୂନ । ଚାଷୀଙ୍କ ଭାଗ୍ୟ ରହି ଯାଉଛି ସରକାରୀ ବାବୁଙ୍କ ଫାଇଲର ନାଲି ଫିତା ତଳେ । ବିଭିନ୍ନ ସମୟରେ ଋଣ ସୁଝି ନପାରିବାରୁ ଚାଷୀ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି । ତେବେ ସରକାର ଯଦି ତୁରନ୍ତ ଚିନାବାଦାମ କିଣିବା ପାଇଁ ବ୍ୟବସା୍ଥ ନ କରନ୍ତି ତେବେ ଚାଷୀମାନେ ସମୂହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।