ମୋବାଇଲରେ ଡାଉନଲୋଡ଼୍ କରନ୍ତୁ ୫ ଟି ଆପ୍ ! ୧୦ରୁ ୧୫ ହଜାର ପର୍ଯ୍ୟନ୍ତ କରି କରିପାରିବେ ଆୟ

39

ଛାତ୍ରଛାତ୍ରୀମାନେ ପକେଟ୍ ମନି ପାଇଁ ଘର ଲୋକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥାଆନ୍ତି । ଆଉ ଟଙ୍କା ସରିଗଲେ ପରେ ସଲା । ଟଙ୍କା ଚୋରି କରିବା ଠାରୁ ଆରମ୍ଭ କରି କେଉଁଠୁ ଟଙ୍କା ଯୋଗାଡ଼ କରିବେ ସେ ନେଇ ସେମାନେ ସବୁବେଳେ ଚିନ୍ତାରେ ଥାଆନ୍ତି । ତେବେ ବର୍ତ୍ତମାନ ଯୁଗ ଏପରି ଚାଲିଛି ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ ଦ୍ୱାରା ଆପଣ ଆୟ କରିପାରିବେ । ଏବଂ ପକେଟ୍ ମନି ସରିଗଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆଉ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । ଏପରି କିଛି ମୋବାଇଲ ଆପ୍ଲିକେସନ ଅଛି, ଯାହା ସାହାଯ୍ୟରେ ଆପଣ ଆୟ କରିପାରିବେ ।

ଅର୍ବନକ୍ଲାପ୍ – ଅର୍ବନକ୍ଲାପ୍ ଭାରତର ସବୁଠାରୁ ବଡ଼ ମୋବାଇଲ ସେବା ଅଟେ । ଏହା ଫଟୋଗ୍ରାଫ୍, ହୋମ କ୍ଲିନିଂ, ଯୋଗ, ଗିଟାର ଇନଷ୍ଟ୍ରକ୍ସନ ସମେତ ୯୭ ସେବା ଉପଲବ୍ଧ କରାଏ । ଛାତ୍ରଛାତ୍ରୀ ଏହି ଆପ ଜରିଆରେ ନିଜର ପ୍ରତିଭା ଦେଖାଇ ପକେଟ୍ ଖର୍ଚ୍ଚ ବାହାର କରିପାରିବେ । ଏହି ଆପ ସାହାଯ୍ୟରେ ୧୦,୦୦୦ରୁ ୧୫,୦୦୦ ପର୍ଯ୍ୟନ୍ତ ମାସକୁ ଅତି ସହଜରେ ଆୟ କରିହେବ ।

ନୋଟୋଜେନ୍ – ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସୂଚନା ବିଷୟରେ ଜାଣିବା ପାଇଁ ଏହି ଆପ୍ ସର୍ବୋତ୍କୃଷ୍ଟ । ଏହି ଆପ୍ ଦ୍ୱାରା ଛାତ୍ରଛାତ୍ରୀ ନୋଟ ସବୁ ଡାଉନଲୋଡ଼୍ କରିପାରିବେ । ଏହି ଆପ ମାଧ୍ୟମରେ ନୋଟ୍ ଡାଉନଲୋଡ଼୍ କରିବା ସହ ଆୟ ମଧ୍ୟ କରିହେବ ।

ରୋପୋସୋ –ଫେସନ୍ ଗ୍ରାଜୁଏଟ୍ ଓ ଫେସନ୍ ଡିଜାଇନିଂ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଇ ବାଜାର ଟ୍ୟାବ ଅନୁସାରେ ଡିଜାଇନ୍ ଦେଖାଇ ଟଙ୍କା ଆୟ କରିବାର ସୁଯୋଗ ଦିଏ ଏହି ଆପ୍ ।

କାନବେରା- ଏହା ଦେଶର ପ୍ରମୁଖ ଅନଲାଇନ୍ ଫଟୋଗ୍ରାଫି କମ୍ପାନୀ । ଏହି ଆପ୍ ଫଟୋଗ୍ରାଫରଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଏ । ଛାତ୍ରଛାତ୍ରୀ ଓ ନୂଆ ନୂଆ ହୋଇଥିବା ଫଟୋଗ୍ରାଫି ଶିଖୁଥିବା ପିଲାଙ୍କ ଏହି ଆପ୍ ମାଧ୍ୟମରେ ଭଲ ରୋଜଗାର କରିପାରିବେ ।

ଓଲା – ଓଲା ଦେଶର ସବୁଠାରୁ ସଫଳ ଟ୍ରାନ୍ସପୋର୍ଟେସନ ନେଟୱର୍କ । ଏହା ଛାତ୍ରଛାତ୍ରୀଙ୍କୁ ମଧ୍ୟ ରୋଜଗାର ଯୋଗାଏ । ଓଲା ଦ୍ୱାରା ୪ରୁ ୫ ଘଂଟା ପାର୍ଟଟାଇମ କରି ଛାତ୍ରଛାତ୍ରୀମାନେ ରୋଜଗାର କିରପାରିବେ ।