ରାଉରକେଲା : ବିଶ୍ରା ବ୍ଲକ ଝିିରିପାଣି ଅଂଚଳରେ ଭୋଟ ପୂର୍ବରୁ ଟଙ୍କା ବାଂଟିବା ଅଭିଯୋଗ

29

କନକ ବ୍ୟୁରୋ : ଛାନିଆ ଶାସକ ଦଳ ଏବେ ଭୋଟ ପାଇଁ ଟଙ୍କା ବାଂଟିଛି । ଏଭଳି ଅଭିଯୋଗ ଆସିଛି ରାଉରକେଲା ଅଂଚଳରେ । ସହରର ଉପକଣ୍ଠସ୍ଥ ଝିରପାଣି ପଂଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ କିଣିବାକୁ ରାଉରକେଲା ବିଜେଡି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସାରଦା ନାଏକ ଓ ତାଙ୍କର କିଛି ସହଯୋଗୀ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ସେମାନଙ୍କ ହଟହଟା କରିଥିବା ନେଇ ଚର୍ଚ୍ଚା ହେଉଛି । ସାରଦା ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି । କେତେ ଟଙ୍କା ବଂଟାଯାଇଛି ସେନେଇ କୌଣସି ସୂଚନା ମିଳିନାହିଁ ।